ମଙ୍ଗୁଳି ଜେନା ହତ୍ଯା ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ବଡ ସୁରାକ୍, ୫ ଅଟକ

ଭୁବନେଶ୍ୱର ୧୬/୪: ଖୋର୍ଦ୍ଧା ବିଜେପି ନେତା ମଙ୍ଗୁଳି ଜେନା ହତ୍ଯା ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ ସୁରାକ୍ । ୫ଜଣ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଦଳ ଅଟକ ରଖିଛି । କହିରଖୁଛୁ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ତଦନ୍ତ । ତଦନ୍ତ ଭାର ସମ୍ଭାଳିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ପ୍ରମୋଦ ରଥ । ତେବେ କ୍ରାଇମବ୍ରାଞ୍ଚ ହାତରେ କେଉଁ ସୁରାକ୍ ଲାଗିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଅଧିକ ପଢନ୍ତୁ ବିଜେପି ନେତା ମଙ୍ଗୁଳି ଜେନା ହତ୍ଯା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ