ସେଲୁନ୍ ଆଢୁଆଳରେ ଚାଲିଥିଲା ସେକ୍ସ ରାକେଟ୍, ଚଢାଉ ବେଳେ ୩ ଯୁବତୀଙ୍କ ସହ ଦୁଇ ଯୁବକ ଗିରଫ

ଭୋପାଳ,୩।୧୨: ସେଲୁନ ଓ ସ୍ପା’ର ଆଢୁଆଳରେ ଚାଲିଥିଲା ସେକ୍ସ ରାକେଟ୍। ଭୋପାଳ ପୋଲିସ ଅଭିଯୋଗ ପାଇବା ପରେ ଦେହବେପାର ଚଳାଇଥିବା ଏହି ରାକେଟକୁ ପର୍ଦାଫଶ କରିଛି। ଚଢାଉ ବେଳେ ପୋଲିସ ୩ ଜଣ ମହିଳାଙ୍କ ସହିତ ୫ ଜଣ ପୁରୁଷଙ୍କୁ ଗିରଫ କରିଛି। ଏହା ସହିତ ପଚରାଉଚରା ଜାରି ରହିଛି।

ଭୋପାଳରେ କ୍ରାଇମ ବ୍ରାଞ୍ଚ ପୋଲିସ କୋଲାର ଅଞ୍ଚଳରେ ଚାଲିଥିବା ଲଣ୍ଡନ ସ୍ପା ସେଣ୍ଟରରେ ଚାଲିଥିବା ସେକ୍ସ ସ୍କାଣ୍ଡେଲ ଉପରୁ ପରଦା ହଟାଇଛି। ପୋଲିସ ଏହି ମାମଲାରେ  ୩ ଜଣ ମହିଳାଙ୍କ ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯୋଜନା ଅନୁସାରେ ପୋଲିସ ସ୍ପା’ ସେଣ୍ଟର ଉପରେ ଚଢାଉ କରିଥିଳା।  ଯୁବତୀମାନେ ନେପାଳ, ନାଗପୁର ଓ ଭୋପାଳର ଥିଲେ। ଗିରଫ ଦୁଇ ପୁରୁଷ ଭୋପାଳର ବେରାଗଡରେ ରୁହନ୍ତି। ଯାହାଙ୍କୁ ପୋଲିସ ଘଟଣାସ୍ଥଳକୁ ଗିରଫ କରିନେଇଛି।

ରାଜଧାନୀ ଭୋପାଳର କ୍ରାଇମବ୍ରାଞ୍ଚ ପୋଲିସକୁ ସୂଚନା ମିଳିଥିଲା ଯେ, କୋଲାର ସ୍ଥିତ ଲଣ୍ଡନର ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଚାଲିଥିଲା। ସ୍ପା ସେଣ୍ଟର ଆଢୁଆଳରେ ସେକ୍ସ ସେଣ୍ଟର ଚାଲିଥିଲା। ଏହି ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ପୋଲିସ ଏକ ଟିମ୍ ଗଠନ କରିଥିଲା, ଯିଏକି ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ଗିରଫ କରିଥିଲା।