PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ରାଜଧାନୀ ପାଲଟିଛି ଚୋରା ବନ୍ଧୁକର ପେଣ୍ଠ; ନେତା ନେଇଛନ୍ତି ୧୩ ବନ୍ଧୁକ, ନିର୍ବାଚନ ପରେ ବନ୍ଧା ହେବେ!

ଭୁବନେଶ୍ୱର,୧୯ା୪(ବ୍ୟୁରୋ): କମିଶନରେଟ୍‌ ପୁଲିସ୍‌ର ସ୍ପେଶାଲ୍‌ ସ୍କ୍ୱାଡ୍‌ ପୁଲିସ ଧରିଥିଲା କୁଖ୍ୟାତ ଚୋରା ବନ୍ଧୁକ ବେପାରୀ ବାଦଲ ଓରବାବୁଲି ଓର ସଂଗ୍ରାମ ନାଥକୁ । ଏବେ ବାବୁଲି ଜେଲ୍‌ରେ । ହେଲେ ପୁଲିସ୍‌ ତା’ଠାରୁ ଯେଉଁ ତଥ୍ୟ ପାଇଛି ତାକୁ ନେଇ ଏବେ ଚିନ୍ତାରେ ପଡ଼ିଛି । ପୁଲିସ୍‌ ଜାଣିବାକୁ ପାଇଛି ବାବୁଲି ଭୁବନେଶ୍ୱରରେ ୧୩ ଜଣ ନେତାଙ୍କୁ ଚୋରା ବନ୍ଧୁକ ବିକ୍ରି କରିଛି । ସେଥିରେ ୪ ଜଣ ଯୁବନେତା ଥିବା ଜଣାପଡିଛି । ସେମାନଙ୍କ ନାଁ ମଧ୍ୟ ପୁଲିସ୍‌ ପାଇଛି । ହେଲେ ନିର୍ବାଚନ ଥିବାରୁ ପୁଲିସ୍‌ ତାଙ୍କୁ ଧରିବାକୁ ସାହସ କରୁନି । ନିର୍ବାଚନ ସରିବା ପରେ ସେମାନଙ୍କ ଉପରେ ପୁଲିସ୍‌ର ଛାଟ ପଡ଼ିବ ବୋଲି କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଖାଲି ନେତା ନୁହେଁ କିଛି ବିଲ୍ଡରଙ୍କୁ ମଧ୍ୟ ବନ୍ଧୁକ ବିକିଛନ୍ତି ବାବୁଲି । ସେ ସବୁ ବିଲ୍ଡରଙ୍କ ମଧ୍ୟରେ ଜଣଙ୍କ ପରିଚୟ ପୁଲିସ୍‌ ହାତରେ ଲାଗିଛି । ପୁଲିସ୍‌ ଜାଣିବାକୁ ପାଇଛି ସହିନଗର ଥାନା ଅଞ୍ଚଳରେ ସେ ବିଲ୍ଡରଙ୍କ ଅଫିସ୍‌ ରହିଛି । ଉକ୍ତ ବିଲ୍ଡରଙ୍କ ବାଲିଅନ୍ତା ଓ ହଂସପାଳରେ ଅନେକ ପ୍ରୋଜେକ୍ଟ ଚାଲିଛି । ପୁଲିସ୍‌ ତାଙ୍କୁ ବାନ୍ଧିବାକୁ ଯୋଜନା କରୁଛି ।

ଚାଉଳ ବସ୍ତାରେ ବନ୍ଧୁକ
ବିହାର ମୁଙ୍ଗେରରୁ ବନ୍ଧୁକ ଅତି ଚତୁରତାର ସହ ଆଣୁଥିଲା ବାବୁଲି । ଚାଉଳ ବସ୍ତାରେ ବନ୍ଧୁକ ପୂରାଇ ମୁଙ୍ଗେରରୁ ପହଞ୍ଚୁଥିଲା ଅମରପୁର ଠାରେ । ସେଠାରୁ ଟ୍ରେନ୍‌ ଯୋଗେ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଆସୁଥିଲା । ବେଳେବେଳେ ପଶ୍ଚିମବଙ୍ଗରେ ପହଞ୍ଚିଲା ପରେ ଟ୍ରେନ୍‌ରେ ନ ଆସି ବାବୁଘାଟ ବସ୍‌ ଷ୍ଟାଣ୍ଡରେ ରାତ୍ରି ବସ୍‌ରେ ବସି ଭୋର ସମୟରେ ଭୁବନେଶ୍ୱରରେ ଓହ୍ଲାଉଥିଲା । ୧୫ରୁ ୨୦ କେଜି ଚାଉଳ ବସ୍ତା ଭିତରେ ବନ୍ଧୁକ ଆଣୁଥିଲା ବାବୁଲି । ଏହାକୁ ଦେଖିଲେ କେହି ସନ୍ଦେହ କରୁ ନଥିଲେ ।

ରାଜଧାନୀରେ ମାଳମାଳ ଚୋରା ବନ୍ଧୁକ
ରାଜଧାନୀ ଏବେ ଚୋରା ବନ୍ଧୁକ କାରବାରର ପେଣ୍ଠ ପାଲଟିଛି । ଏହା ସ୍ପଷ୍ଟ ହୋଇଛି ଗତ ୧୫ ଦିନ ମଧ୍ୟରେ ଭୁବନେଶ୍ୱରରେ ଜବତ ହୋଇଥିବା ଚୋରା ବନ୍ଧୁକର ସଂଖ୍ୟାରୁ । ୧୫ ଦିନ ମଧ୍ୟରେ ୩ ବେପାରୀଙ୍କ ଠାରୁ ୭ ବନ୍ଧୁକ, ୩ ଟି ଅଧା ତିଆରି ବନ୍ଧୁକ ଓ ଅନେକ ଗୁଳିଗୋଳା ଜବତ ହୋଇଛି । ବନ୍ଧୁକ କାରବାର କେଉଁ ସ୍ତରରେ ପହଞ୍ଚିଛି ପୁଲିସ ଏବେ ଜାଣୁଛି । ୧୫ ତାରିଖ ଦିନ ଖଣ୍ଡଗିରି ଥାନା ପୁଲିସ୍‌ ଓୟୁଏଟି କଲୋନୀ କ୍ୱାର୍ଟର୍ସ ନଂ.ଆଇଭି ୧/୭ରୁ ଏକ ବନ୍ଧୁକ କାରଖାନା ଠାବ କରିଥିଲା । ଓୟୁଏଟିର ଡିପିପି ବିଭାଗର ସୁପରଭାଇଜର ନୃସିଂହ ନାୟକ ଦୀର୍ଘ ୧୦ ବର୍ଷ ହେବ ବନ୍ଧୁକ ତିଆରି କରି ବିକ୍ରି କରୁଥିଲେ । ୧୦ ବର୍ଷ ମଧ୍ୟରେ ସେ ୧୪୦ରୁ ଅଧିକ ଦେଶୀ ବନ୍ଧୁକ ବିକ୍ରି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ଗତ ୯ ତାରିଖରେ ସହିଦନଗର ଥାନା ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୋଷ ପଟ୍ଟନାୟକଙ୍କୁ ଗିରଫ କରି ତା’ଠାରୁ ଏକ ବନ୍ଧୁକ ଜବତ କରିଥିଲା । ୧୦ ତାରିଖରେ ଢ଼େଙ୍କାନାଳ ବାଲିମି ଥାନା ଅନ୍ତର୍ଗତ କୁମାରସିଂହା ଗ୍ରାମର ନିରଞ୍ଜନ ନାୟକ ଓ ବିଶ୍ୱଜିତ ନାୟକଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୁଲିସ୍‌ । ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ଓ ଗୁଳି ଜବତ କରିଥିଲା । ୩ ତାରିଖରେ ଜଟଣୀ ଥାନା ପୁଲିସ ୨ ବ୍ରାଉନ୍‌ସୁଗର ବେପାରୀ ସେକ୍‌ ଫରିଦ ଓ ସେକ୍‌ ଚାନ୍ଦ୍‌ଙ୍କୁ ଗିରଫ କରି ସେମାନଙ୍କ ଠାରୁ ବନ୍ଧୁକ ଜବତ କରିଥିଲା ।

ସମ୍ବନ୍ଧିତ ଖବର