PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ; ମିଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରୋକ୍‌ ଲଗାଇ ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

pic-indiatoday

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଦୁଇଟି ମିଡିଆ ଚ୍ୟାନେଲ୍ ବିରୋଧରେ ଆନ୍ଧ୍ର ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ଦୁଇ ମିଡିଆ ଚ୍ୟାନେଲ୍ ବିରୋଧରେ ଦେଶଦ୍ରୋହ ମାମଲା ଲଗାଇ କାର୍ଯ୍ୟାନୁଷ୍ଠାନ କରୁଥିଲା ଆନ୍ଧ୍ର ପୋଲିସ୍। କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ଏବେ ସମୟ ଆସିଗଲା, ଲାଗୁଛି ଦେଶଦ୍ରୋହ ମାମଲା ପାଇଁ ଏକ ନୀତି ନିର୍ଦ୍ଧାରଣ କରିବାକୁ ପଡ଼ିବ।

ଘଟଣା ଅନୁସାରେ, ୱାଇଏସ୍‌ଆର୍‌ କଂଗ୍ରେସ ସାଂସଦ କେ. ରଘୁରାମଙ୍କ ଆପତ୍ତିଜନକ ଭାଷଣକୁ ଆନ୍ଧ୍ରର ‘ଟିଭି 5’ ଓ ‘ଏବିଏନ୍‌ ଆନ୍ଧ୍ରଜ୍ୟେତି’ ଚ୍ୟାନେଲ୍ ପ୍ରସାରଣ କରିଥିଲା। ଏହାପରେ ଏହି ଦୁଇ ଚ୍ୟାନେଲ୍ ଉପରେ ଦେଶଦ୍ରୋହ ମାମଲା ଲଗାଇଥିଲା ଆନ୍ଧ୍ରପୋଲିସ୍। ଏହାପରେ ଦୁଇ ଚ୍ୟାନେଲ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ।

ଏହି ଘଟଣାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତା ସହିତ କାହିଁକି ଦୁଇ ଚ୍ୟାନେଲ୍ ଉପରେ ରଜଦ୍ରୋହ ମାମଲା ଲଗାଯାଇଛି ସେନେଇ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ କୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ କରିଛନ୍ତି।  

ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼, ଏଲ୍‌ ନାଗେଶ୍ୱର ରାୱ ଓ ରବୀନ୍ଦ୍ର ଭଟ୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ମାମଲାରେ ଶୁଣାଣି କରି ପୀଠ କହିଥିଲେ ଯେ ମିଡିଆ ବିରୋଧରେ ମାମଲା କରି ତାର ସ୍ୱାଧୀନତାକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ସରକାର ଦେଶଦ୍ରୋହ ମାମଲାର ନୀତି ନିର୍ଦ୍ଧାରଣ କରିପାରିବେ ନାହିଁ। ଧାରା ୧୨୨୪A(ଦେଶଦ୍ରୋହ) ଓ ୧୫୩ A ଅପରାଧର ପରିସୀମା ନିର୍ଣ୍ଣୟ କରିବା ଆବଶ୍ୟକ ପଡ଼ିଲାଣି। ବିଶେଷକରି ଗଣମାଧ୍ୟମରେ ସ୍ୱାଧୀନତା କ୍ଷେତ୍ରରେ ଏହାର ବହୁଳ ଆବଶ୍ୟକତା ରହିଛି ବୋଲି କୋର୍ଟ କହିବା ସହିତ ମିଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ କୋର୍ଟ ରୋକ ଲଗାଇଛନ୍ତି।