PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

କାଣୀ ନଦୀରେ କୁମ୍ଭୀର ଆତଙ୍କ: କୂଳରେ ଚରୁଥିବା ବେଳେ ଗାଈକୁ ଟାଣିନେଲା କୁମ୍ଭୀର, ଭୟରେ ସ୍ଥାନୀୟ ବସିନ୍ଦା

ଦଶରଥପୁର ୨୫/୦୭: ଲଘୁଚପ ବର୍ଷା ପରେ ଦଶରଥପୁର ବ୍ଲକ କୟାଁ ପଞ୍ଚାୟତରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଇଚ୍ଛାପୁର ଗ୍ରାମର ରବୀନ୍ଦ୍ର ଦାସଙ୍କ ଏକ ଗାଈ କାଣି ନଦୀ କୂଳରେ ଚରୁଥିବା ସମୟରେ ନଦୀରେ ଥିବା ଏକ ବଡ଼ କୁମ୍ଭୀର ଗାଈଟିକୁ ପାଣି ଭିତରକୁ ଟାଣି ନେଇଥିଲା । ନିକଟରେ ଥିବା ସ୍ଥାନୀୟ ଜଣେ ବ୍ୟକ୍ତି ଏହା ଦେଖି ସ୍ଥାନୀୟ ଲୋକଙ୍କୁ ହୁରି ଛାଡ଼ିଥିଲା । ଗ୍ରାମବସୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଗାଈଟିର କୌଣସି ସନ୍ଧାନ ପାଇନଥିଲେ । ପାଞ୍ଚ ଫୁଟରୁ ଅଧିକ ଲମ୍ବର ଗୋଟିଏ କୁମ୍ଭୀର ପାଣିଭିତରେ ବୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ । କୁମ୍ଭୀରକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନଦୀକୂଳିଆ ଲୋକେ ନଦୀ ପାଣିକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ବନ ବିଭାଗ ଅଧିକାରୀ ତୁରନ୍ତ କୁମ୍ଭୀରକୁ ଅନ୍ୟତ୍ର ଛାଡ଼ିବା ପାଇଁ ସେମାନେ ଦାବି କରିଛନ୍ତି ।