PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ମହାନଦୀ କୂଳରେ ବୁଲୁଛି ଘଡ଼ିଆଳ କୁମ୍ଭୀର: ଗ୍ରାମବାସୀ ଆତଙ୍କିତ, ଧୀବରମାନଙ୍କୁ ମାଛ ମାରିବା ପାଇଁ ବାରଣ କଲା ପ୍ରଶାସନ

ଚୌଦ୍ୱାର-ଗୁରୁଡିଝାଟିଆ/ଘଣ୍ଟିଖାଲ ୨୪/୦୧: ମହାନଦୀର କଖଡି ନିକଟରେ ଏକ ଘଡ଼ିଆଳ କୁମ୍ଭୀର ଗ୍ରାମବାସୀ ଦେଖିବାକୁ ପାଇଛନ୍ତି । ଏହାକୁ ନେଇ ନଦୀକୂଳ ନିକଟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଡାକବାଜି ଯନ୍ତ୍ର ଯୋଗେ ମହାନଦୀ ଭିତରକୁ ନ ଯିବା ପାଇଁ ସତର୍କ କରାଯିବା ସହିତ ଧୀବରମାନଙ୍କୁ ମାଛ ମାରିବା ପାଇଁ ବାରଣ କରାଯାଇଛି ।

କଖଡି ଗ୍ରାମର ଲୋକେ ନଦୀରେ ଗାଧୋଉ ଥିବା ବେଳେ କୂଳଠାରୁ କିଛି ଦୂରରେ ଥିବା ବାଲିରେ କୁମ୍ଭୀରଟି ଶୋଇଥିବା ଦେଖିବାକୁ ପାଇଥିଲେ । ଜଣେ ଯୁବକ ସେ କୁମ୍ଭୀର କି ଅନ୍ୟ କ’ଣ ଜାଣିବା ପାଇଁ ସାହସର ସହ ଗଭୀର ପାଣି ଭିତରକୁ ଯାଇ ତା ନିକଟତର ହେବାରୁ କୁମ୍ଭୀର ପାଣି ଭିତରକୁ ଚାଲିଯାଇଥିଲା । କୁମ୍ଭୀରଟି ମହାନଦୀର ତଳକୁ ଆସୁଥିବା ବେଳେ ସେ ହୁଏତ ମହାନଦୀର ଧବଳେଶ୍ୱର ଗଣ୍ଡରେ ରହିଯାଇ ପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । କୁମ୍ଭୀରଟି କିଛି ଦିନ ହେବ ସାତକୋଶିଆ ନିକଟରୁ ପଳାଇ ଆସି ମହାନଦୀର ତଳ ପାଶ୍ୱର୍କୁ ଖସି ଖସି ଚାଲିଛି । ଏ ନେଇ ଖୁଣ୍ଟୁଣୀ ରେଞ୍ଜର ଗଜେନ୍ଦ୍ର ପାଲସିଂ ମାଥୁରଙ୍କୁ ପଚାରିବାରୁ ସାତକୋଶିଆ ରିଜର୍ଭରୁ ଘଡିଅଳ କୁମ୍ଭୀର ପଳାଇ ଆସିଛି । ତା ଦେହରେ ଜିପିଏସ୍‌ ଲାଗିଛି । ତାକୁ ଟ୍ରାକିଂରେ ରଖାଯାଇ ତାର ଗତିବିଧି ଉପରେ ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।