ନିଜ ଶିଶୁ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି ବ୍ୟକ୍ତି ପଛରେ ୩ ବର୍ଷ ହେଲାଣି ପଡିଛି ଗୋଟିଏ କାଉ, ଘରୁ ବାହାରିବା ମାତ୍ରେ କରୁଛି ଏଭଳି କାଣ୍ଡ

ନୁଆଦିଲ୍ଲୀ ୩/୯: ଗାଁରେ, ଗଳିରେ କି ସାହିରେ ଦେଖିଥିବେ ଯେ ଯଦି କୌଣସି କାର୍ ଯାଏ ତେବେ କୁକୁର ତାକୁ ଦେଖି ଭୁକନ୍ତି । ଅନେକ ସମୟରେ ସେହି ଗାଡି ପଛରେ ଦୌଡିବାକୁ ଲାଗନ୍ତି । ଗାଡିଟି ନିଜ ସ୍ପିଡ୍ ବଢାଇ ପଳାଏ । କୁକୁର କିଛି ବାଟ ପର୍ୟ୍ୟନ୍ତ ଦୌଡେ ଏବଂ ଫେରିଆସେ । ଏମିତି ଦୃଶ୍ଯ ଅନେକ ଥର ଦେଖିଥିବେ । କିନ୍ତୁ ଭାବନ୍ତୁ ଯଦି ଏମିତି କୌଣସି କୁଆ(କାଉ) କରେ ତେବେ କଣ ହେବ ।  ଏମିତି ଦୃଶ୍ଯ କେବେ ଦେଖିନାହାଁନ୍ତି ନା ? କିନ୍ତୁ ଏହା ସତ । ଗୋଟିଏ କୁଆ ଏମିତି କାମ କରୁଛି ଏବଂ ତାହା ପୁଣି ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ସହିତ ।

ଘଟଣାଟି ମଧ୍ୟପ୍ରଦେଶର । ଏଠାରେ ଶିବପୁରୀରେ ସୁମେଲା ନାମକ ଏକ ଗାଁ ଅଛି । ଏହି ଗାଁରେ ଶିବା ନାମକ ଜଣେ ବ୍ୟକ୍ତି ବାସ କରେ । ଏକ ଛୋଟ ହୋଟେଲରେ କାମ କରେ । ଗତ ୩ ବର୍ଷ ହେବ ଗୋଟିଏ କୁଆ ତା ପଛରେ ପଡିଛି । ଶିବା ୟେତେବେଳେ ନିଜ ଘରୁ ରାସ୍ତାକୁ ବାହାରେ ଗୋଟିଏ କୁଆ ଆସି ତା ମୁଣ୍ଡ ଉପରେ ବୁଲିବାକୁ ଲାଗେ । ବେଳେବେଳେ ତା ସହିତ ଅନେକ କାଉଙ୍କୁ ମଧ୍ଯ ସାଙ୍ଗରେ ନେଇକି ଆସେ ଏବଂ ସମସ୍ତେ ତା ପଛରେ ପଡିଯାଆନ୍ତି ।

କାଉମାନଙ୍କୁ ଘଉଡାଇବା ପାଇଁ ଶିବା ଯେତେବେଳେ ଘରୁ ବାହାରେ, ସାଙ୍ଗରେ ଏକ ବାଡି ଧରି ବାହାରେ । ଯେତେବେଳେ କାଉମାନେ ତା ପାଖକୁ ଆସନ୍ତୁ ସେ ବାଡି ବୁଲାଇବାକୁ ଲାଗେ ।

କାହିଁକି ଏମିତି ହେଉଛି ?
ଶିବା କୁହେ ଯେ ୩ ବର୍ଷ ତଳେ ଏକ ଛୋଟ କାଉ ଛୁଆଟି ଲୁହାତାର ଜାଲିରେ ଫସିଯାଇଥିଲା । ଶିବା ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କଲା କିନ୍ତୁ ଜାଲିରୁ ବାହାର କରିବା ସମୟରେ ଛୁଆ କାଉଟି ମରିଗଲା । ବାସ୍, ସେବେଠାରୁ ଏହି ବଡ କାଉଟି ତାକୁ ହଇରାଣ କରୁଛି । ଲୋକମାନେ କୁହନ୍ତି ଯେ କାଉଟି ତା ପିଲାର ମୃତ୍ଯୁର ପ୍ରତିଶୋଧ ନେବାପାଇଁ ଏମିତି କରୁଛି ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…