PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

କ୍ରିସମାସ୍ ପାଇଁ ଚଳଚଞ୍ଚଳ ଗିଫ୍ଟ ଦୋକାନ, ସାଣ୍ଟା ମାସ୍କର ରହିଛି ଚାହିଦା

ନୂଆଦିଲ୍ଲୀ:୨୦|୧୨:  ବଡଦିନ ପୁର୍ବରୁ ତାଜନଗରୀ ଆଗ୍ରା ଚଳଚଞ୍ଚଳ ହୋଇଉଠିଛି। ସାଣ୍ଟାକ୍ଲଜ୍ ମାସ୍କ, କ୍ରିସମାସ୍ ଟ୍ରି, କ୍ରିସମାସ୍ ଷ୍ଟାର, ବେବି ଡଲ, କେକ୍ ଆଦି ବଜାରରେ ବିକ୍ରି ହେବାରେ ଲାଗିଲାଣି। ସଦର ବଜାର, ଶାହ ମାର୍କେଟ, କମଳା ନଗର, ସଞ୍ଜୟ ପ୍ଲେସ, ଲୁହାର ଗଲ୍ଲୀ ଆଦି ଗିଫ୍ଟ ଦୋକାନରେ ଭିଡ ଜମିବାରେ ଲାଗିଛି।

ଛୋଟପିଲାଙ୍କୁ ସାଣ୍ଟାକ୍ଲଜର ପୋଷାକ ପିନ୍ଧିବାକୁ ଭଲ ଲାଗିଥାଏ। ଏହାର ବିକ୍ରି ମଧ୍ୟ ଖୁବ ଭଲ ହୋଇଥାଏ। ଚଳିତ ଥର ମଧ୍ୟ ସାଣ୍ଟାର ମୁହଁ ପିଲାଙ୍କୁ ବେଶୀ ପସନ୍ଦ ଆସିଛି। ସାଣ୍ଟା ଷ୍ଟିକର, କ୍ରିସମାସ ମିକ୍ସ ସେଟ୍, ରଙ୍ଗ ବେରଙ୍ଗର ଷ୍ଟାର ଜୀଶୁ ଭକ୍ତଙ୍କୁ ଆକୃଷ୍ଟ କରିଥାଏ।

କମ ଦାମରେ ମିଳୁଛି କ୍ରିସମାସ୍ ଉପହାର

ସାଣ୍ଟାକ୍ଲଜ୍ ପୋଷାକ- ୧୫୦ ଟଙ୍କାରୁ ଏକ ହଜାର ଯାଏଁ

ସାଣ୍ଟା ମାସ୍କ- ୧୦୦ରୁ ୪୦୦ ଟଙ୍କା

କ୍ରିସମାସ୍ ଟ୍ରି- ୫୦ ଟଙ୍କାରୁ ହଜାର ଟଙ୍କା

କ୍ରିସମାସ କେକ୍- ୨୦୦ରୁ ୫ହଜାର ଟଙ୍କା ଯାଏଁ

ସାଣ୍ଟା ଷ୍ଟିକର-୨୦ରୁ ୧୦୦ ଟଙ୍କା

ସାଣ୍ଟା ଷ୍ଟାର-୪୦ରୁ ୨୦୦ ଟଙ୍କା

ଚଳିତ ଥର ବ୍ୟାଟେରୀ ଦ୍ୱାରା ସଂଚାଳିତ ସାଣ୍ଟା ମାସ୍କ ବଜାରରେ ମିଳୁଛି। ବରିଷ୍ଠ ବ୍ୟକ୍ତିମାନେ ମଧ୍ୟ ମାସ୍କ ପିନ୍ଧି ବଡଦିନ ମନାଇଥାନ୍ତି। ଗିଫ୍ଟ ଗ୍ୟାଲେରିଆରେ ଏଥର ଷ୍ଟାର୍ ଷ୍ଟିକର ଚାହିଦା ରହିଛି। ଏହି ଧଳା ରଙ୍ଗର କାଚ ଷ୍ଟିକରେ ଲାଲ୍, ନୀଳ, ଗୋଲାପୀ ଆଦି ରଙ୍ଗର କ୍ରିସମାସ ଷ୍ଟାର ଲାଗିଥାଏ। ଏପରିକି ପ୍ରଭୁ ଜୀଶୁଙ୍କ ଷ୍ଟିକର ମଧ୍ୟ ଲାଗିଥାଏ।