ନିଜ ସର୍ଭିସ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କଲେ କଶ୍ମୀରରେ ମୁତୟନ ଥିବା ସିଆରପିଏଫ୍ ଅଧିକାରୀ,ସୋସିଆଲ ମିଡିଆରେ ହେଉଛି ଏଭଳି ପ୍ରଚାର

ଅନନ୍ତନାଗ,୨୪।୮: କାଶ୍ମୀରରେ ମୁତୟନ ଥିବା ଜଣେ  ସିଆରପିଏଫ ଅଧିକାରୀ ନିଜ ସର୍ଭିସ ରିଭଲ୍ଭରରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ସମ୍ପର୍କରେ ଜଣାପଡିନଥିବା ବେଳେ ଏହାକୁ ରାଜ୍ୟରେ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି ବିଛିନ୍ନତାବାଦୀମାନେ। ମୃତ ଅଧିକାରୀ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ତାଙ୍କ ନାମ ଏମ.ଅରବିନ୍ଦ(୩୦ବର୍ଷ) ତାଙ୍କୁ ସେ ୨୦୧୪ ମସିହାରେ ଡାଇରେକ୍ଟ ଏଣ୍ଟ୍ରିରେ ସିଆରପିଏଫରେ ଯୋଗଦେଇଥିଲେ। ସେ ୪୦ବି ବାଟାଲିୟନର ଅନନ୍ତନାଗ ସଦର ଅଞ୍ଚଳରେ ଥିବା ନିଜର ଆତ୍ମହତ୍ୟା କରିଛନ୍ତି।

ସୁରକ୍ଷାବଳର ଅଧିକାରୀଙ୍କ କହିବା ଅନୁସାରେ,ତାମିଲନାଡୁ ବାସିନ୍ଦା ଅରବିନ୍ଦ ଗତ କିଛି ଦିନ ହେଲା ଛୁଟିରେ ଥିଲେ। ଅଗଷ୍ଟ ୧୪ ତାରିଖ ଦିନ ଡ୍ୟୁଟିକୁ ଫେରିଥିଲେ। ତେବେ ୨୦ ତାରିଖ ଦିନ ତାଙ୍କ ପତ୍ନୀ ଅନନ୍ତନାଗସ୍ଥିତ ତାଙ୍କ କ୍ୱାର୍ଟରକୁ ଆସିଥିଲେ ବୋଲି କୁହାଯାଉଛି। ପତ୍ନୀ ଫେରିଯିବା ପରେ ସେ ଏଭଳି କରିଛନ୍ତି। ପୋଲିସ ତାଙ୍କ ଶବକୁ ଜବତ କରିଥିବା ବେଳେ ପୋଷ୍ଟମର୍ଟମ ପରେ ତାଙ୍କ ଗୃହନଗର କୋୟମ୍ବାଟୁରକୁ ପଠାଇ ଦିଆଯାଇଛି। ପାରିବାରିକ ଅସନ୍ତୋଷ କାରଣରୁ ସେ ହୁଏତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବରିଷ୍ଠ ସିଆରପିଏଫ ଅଧିକାରୀମାନେ କହିଛନ୍ତି, ଏଥିରେ କୌଣସି ଷଡଯନ୍ତ୍ର ନାହିଁ। ସୋସିଆଲ ମିଡିରେ ବିଭିନ୍ନ ପ୍ରକାର ଖବର ପ୍ରସାର କରାଯାଉଛି। ଲୋକେ କହୁଛନ୍ତି କାଶ୍ମୀରରେ ତାଙ୍କ ଜୀବନଶୈଳୀକୁ ନେଇ ଅଶାନ୍ତିରେ ଥିବା ବେଳେ ଏଭଳି ଆତ୍ମହତ୍ୟା କରିଥିବା କଥା ମିଡିଆରେ ପ୍ରସାରିତ ହେଉଛି, ଯାହାକି ଭୁଲ। ତେବେ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

   ସମ୍ବନ୍ଧିତ ଖବର


ସାବଧାନ ! ଚୀନ୍‌କୁ ଚେତାବନୀ ଦେଲା ଭାରତ – ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ

ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା

ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମ, ଶୋକରେ ବୁଡିଲା ସାରା ଦେଶ