ସିଆରପିଏଫ ଟ୍ରୁପ ଉପରେ ଆତଙ୍କବାଦୀ ହମଲା : ଦୁଇ ଯବାନ ସହିଦ

ଶ୍ରୀନଗର ୧।୭: ଜାମ୍ମୁ କାଶ୍ମୀରର ସୋପୋରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) କନଭେନ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ସିଆରପିଏଫ୍‌ ୧୭୯ ବାଟାଲିୟନର ଦୁଇ ଜଣ ଜବାନ ନିହତ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ପାର୍ଟି ଉପରେ ଆକ୍ରମଣ କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ଏକ ସିଆରପିଏଫ୍ ପାର୍ଟି ପାଟ୍ରୋଲିଂ ପାଇଁ ବାହାରକୁ ଯାଇଥିଲା । ରେବନ୍ ଅଞ୍ଚଳରେ ସିଆରପିଏଫ୍ ପାର୍ଟି ଉପରେ ଗୁଳିବିନିମୟ କରାଯାଇଥିଲା । ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟରେ ଦୁଇ ଜବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁରକ୍ଷା ବାହିନୀର ଏକ ଅତିରିକ୍ତ କଣ୍ଟିଜେଣ୍ଟ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍

ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ