ନୂଆପଡ଼ାରେ ସିଆରପିଏଫ୍‌ ଯବାନଙ୍କୁ ବଡ଼ ସଫଳତା, ମାରଣାସ୍ତ୍ର ସହ ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା,୨୨/ ୧୧: ନୂଆପଡ଼ାରେ ସିଆରପିଏଫ୍‌ ଯବାନ ମାନଙ୍କୁ ବଡ଼ ସଫଳତା। ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଭଇଁସାଦାନୀ ସିଆରପିଏଫ ଯବାନ ମାନେ ମାଓ କ୍ୟାମ୍ପକୁ ଠାବ କରି ବହୁ ପରିମାଣରେ ବନ୍ଧୁକ ଗୋଲାବାରୁଦ ସହ ମାଓ ସାମଗ୍ରି ଜବତ କରିଛନ୍ତି।

ଭଇଁସାଦାନୀ ସିଆରପିଏଫ ୨୧୬ ର କମାନଡେଣ୍ଟ ଉସା ସିଂ ଓ ସହକାରୀ କମାନଡେଣ୍ଟ ଅମୃତ ସିଂ ଙ୍କ ନେତୃତ୍ୱରେ ଯବାନ ମାନେ ବିଶେଷ ସୁତ୍ର ରୁ ଖବର ପାଇଁ ବୋଡ଼େନ ବ୍ଲକ ପାଟଧରାର ଭଇଁସମୁଣ୍ଡି ଜଙ୍ଗଲରେ କମ୍ବିଂ ଅପରେଶନରେ ଯାଇଥିଲେ ।

ମାଓବାଦୀ ମାନେ ଏହି ଖବର ଜାଣିବାପରେ ଛତ୍ରଭଙ୍ଗ ଦେଇଥିଲେ। ସେଠାରେ ସିଆରପିଏଫ୍ ଯବାନ ମାନେ ମାଓକେମ୍ପ କୁ ଧ୍ବଂସ କରି ମାଓ କେମ୍ପ ରୁ ୫ ଗୋଟି ରାଇଫଲ, ୩ଟି ରାଇଫଲ ବେରେଲ, ୧ ଟି ପିସ୍ତଲ, ଇଲେକ୍ଟ୍ରୋନିକ୍ସ ଡେଟୋନେଟର ୩୩ ଟି, କୋରଟେକ୍ସ ୱାଏର ୨୫୦ ମିଟର ସମେତ ମାଓ ବ୍ୟବହୃତ ସାମଗ୍ରି ବେଟେରି, କମ୍ପ୍ୟୁଟର ଏଲଇଡି ପ୍ରିଣ୍ଟର, ଚାର୍ଜର ସମେତ ସିଡି ଡିଭିଡ ଓ ମାଓ ବେନର ଲିଟରେଚର ସାମଗ୍ରି କୁ ବହୁ ମାତ୍ରାରେ ଜବତ କରିଥିବା ସିଆରପିଏଫ ବିଭାଗ ତରଫରୁ ସୁଚନା ଦିଆଯାଇଛି।