PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ପୁଣି ପାକିସ୍ତାନୀଙ୍କ ନୀଚ କାର୍ଯ୍ୟକଳାପ,ସିଆରପିଏଫ୍ ହେଲପ୍ ଲାଇନ ନମ୍ବରକୁ ଫୋନ୍ କରି ଖରାପ ଭାଷାରେ କରୁଛନ୍ତି ଗାଳି

ନୂଆଦିଲ୍ଲୀ,୨୦।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସତେ ଯେପରି ଆଉ ସହି ପାରୁନି। ପାକିସ୍ତାନ ସରକାରଙ୍କ ଠାରୁ ନେଇ ଆତଙ୍କବାଦୀ ହୁଅନ୍ତୁ କିମ୍ବା ସାଧାରଣ ଲୋକ,ସମେସ୍ତ ଯେପରି ମୋଦି ସରକାରଙ୍କ କଡା ନିଷ୍ପତ୍ତିରେ ହୋଇପଡିଛି ଅସହ୍ୟ। ଏବେ କୌଣସି ନା କୌଣସି ବାଟରେ ଭାରତ ପ୍ରତି ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି ପାକିସ୍ତାନୀମାନେ। ସିଆରପିଏଫ୍ ପକ୍ଷରୁ କଶ୍ମୀରର ସାଧାରଣ ଲୋକଙ୍କ ସହାୟତା ପାଇଁ ହେଲପଲାଇପ୍ (ମଦଦଗାର) ନମ୍ବରରେ ପାକିସ୍ତାନୀମାନେ ନିଜର ରାଗ ସୁଝାଇବାକୁ ଯାଇ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି ବୋଲି ଖବର ମିଳିଛି।

ହେଲପଲାଇନ୍ ନମ୍ବରରେ ୭,୦୭୧ ଫୋନ୍ କଲ୍ ଗତ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ଆସିସାରିଛି ଯାହାଭିତରେ ୧୭୧ଟି ଫୋନ କଲ୍ ଭାରତ ବାହାରର ବୋଲି ଜଣାପଡିଛି। ଲୋକମାନେ ହେଲପଲାଇନରେ ଫୋନ୍ କରି ନିଜର ପରିବାର ଓ ସମ୍ପର୍କୀୟଙ୍କ ସୁବିଧା ଅସୁବିଧା ପଚାରି ବୁଝିବାକୁ ଏହାକୁ ଲାଗୁ କରାଯାଇଥିଲା। କିନ୍ତୁ ଏଥିକୁ ପାକିସ୍ତାର କିଛି ଲୋକ ଫୋନ୍  କରି ସୁରକ୍ଷାକର୍ମୀଙ୍କୁ ଅତି ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଏହି ହେଲପଲାଇନ୍ ନମ୍ବରରେ ସୁରକ୍ଷାକର୍ମୀଙ୍କ ପରିବାର ପକ୍ଷରୁ ୨,୭୦୦ଫୋନ୍ କଲ୍ ଆସିଥିବା ବେଳେ କଶ୍ମୀର ବାହାରେ ରହୁଥିବା ଲୋକ ୨୪୪୮ ଟି ଫୋନ୍ କଲ୍ ଏବଂ ଅଣ-କଶ୍ମୀର ଲୋକ ଭଲମନ୍ଦ ଖବର ବୁଝିବାକୁ  କଶ୍ମୀର ଲୋକଙ୍କୁ ୧୭୫୨ ଟି ଫୋନ୍ କଲ କରିଛନ୍ତି।

ଟୋଲ ଫ୍ରି ନମ୍ବର ୧୪୪୧୧କୁ ସାଉଦି ଆରବରୁ ୪୫ଟି ଫୋନ୍ କଲ୍ ଆସିଛି। ମୋଟ ୨୨ଟି ଦେଶରୁ କଶ୍ମୀରକୁ ନିଜ ନିଜ ଲୋକଙ୍କ ବିଷୟରେ ବୁଝିବାକୁ ଫୋନ୍ କଲ ଆସିଛି। ଏହା ମଧ୍ୟରେ ୩୯ଟି ୟୁଏଇରୁ,୧୨ଟି କୁଏତରୁ,୮ଟି  ଇସ୍ରାଏଲ, ମାଲେସିଆ, ୭ଟି ୟୁକେ, ସିଙ୍ଗାପୁର ଓ ବାଂଲାଦେଶରୁ ଫୋନ୍ କଲ୍ ଆସିଥିଲା। ୩ଟି ଫୋନ୍ କଲ୍ କାନାଡା, ବହରିନ, ଜର୍ମାନୀ, ଫିଲିପାଇନ୍ସ ଓ ଥାଇଲାଣ୍ଡରୁ ଆସିଥିଲା। ସେଭଳି ଦୁଇଟି ଫୋନ୍ କଲ୍ ଓମାନ, ଫ୍ରାନ୍ସ ଏବଂ ବେଲଜିୟମରୁ ଆସିଥଇଲା। ଚୀନ ଏବଂ କତରରୁ ଗୋଟିଏ ଲେଖାଏଁ ଫୋନ୍ କଲ ଆସିଥିଲା।

ସମ୍ବନ୍ଧିତ ଖବର