PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଅର୍ଦ୍ଧସାମରିକ ବାହିନୀ ପାଇଁ ଖୁସି ଖବର, ଏବେ ଯବାନଙ୍କୁ ବର୍ଷକୁ ୧୦୦ ଦିନର ଛୁଟି ଦେବେ ସରକାର

ନୂଆଦିଲ୍ଲୀ, ୨୯|୧୨:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଏହାସହ ଯବାନମାନେ ଅତି କମରେ ୧୦୦ ଦିନ ନିଜ ପରିବାର ସହ ବିତାନ୍ତୁ ବୋଲି ସରକାର ପ୍ରୟାସ କରୁଥିବା କହିଛନ୍ତି।

ସିଆରପିଏଫର ନୂଆ ମୁଖ୍ୟାଳୟର ଶିଳାନ୍ୟାସ ବେଳେ ଅମିତ କହିଛନ୍ତି ଯେ, ଯବାନମାନଙ୍କର ମଧ୍ୟ ପରିବାର ରହିଛି। ସେମାନେ ପରିବାର ସହ ସମୟ ଅତିବାହିତ କରିବା ଦଲକାର। ଅତି କମରେ ୧୦୦ ଦିନ ଛୁଟି ସେମାନଙ୍କୁ ମିଳିବା ଆବଶ୍ୟକ। ମୋଦୀ ସରକାର ଏହି ଦିଗରେ କାମ କରୁଛନ୍ତି। ସେମାନଙ୍କୁ ସ୍ୱାସ୍ଥ୍ୟକାର୍ଡର ସୁବିଧା ପ୍ରଦାନ କରାଯିବ। ସିଆରପିଏଫ ଯବାନମାନେ ନକ୍ସଲ ବିରୋଧୀ ଅପରେସନରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି।

ନୂଆ ମୁଖ୍ୟାଳୟ ବାବଦରେ ଅମିତ କହିଛନ୍ତି ଯେ, ଏହା ୧୨ ମହଲା ବିଶିଷ୍ଟ ହେବ। ଏଠାରେ ବୈଠକଘର, ସମ୍ମିଳନୀ କକ୍ଷ, ବାରାକ୍, କ୍ୟାଣ୍ଟିନ୍, ଜିମ୍, ଅତିଥି ଗୃହ ଆଦି ରହିବ। ଏଠାରେ ୫୨୦ କାର୍  ଓ ୧୫ ବସ୍ ରହିବା ଭଳି ପାର୍କିଂସ୍ଥଳ ନିର୍ମାଣ କରାଯିବ।