ସିଆରପିଏଫର ପେଟ୍ରୋଲିଂ ପାର୍ଟି ଉପରେ ଆତଙ୍କୀ ହମଲା, ୩ ଯବାନ ସହିଦ

ଶ୍ରୀନଗର ୪/୫: ଜମ୍ମୁ-କଶ୍ମୀରର ହନ୍ଦୱାଡାରେ ଆତଙ୍କୀମାନେ ସିଆରପିଏଫର ପେଟ୍ରୋଲିଂ ପାର୍ଟି ଉପରକୁ ଆକ୍ରମଣ କରିଛନ୍ତି । ଏହି ହମଲାରେ ୩ ଯବାନ ସହିଦ ହୋଇଛନ୍ତି । ୬ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି । ତେବେ ସୁରକ୍ଷାବଳଙ୍କ ଜବାବରେ ଜଣେ ଆତଙ୍କୀ ସଫା ହୋଇଛି । ଉତ୍ତର କଶ୍ମୀର କୁପୱାଡା ଜିଲ୍ଲାର ହନ୍ଦୱାଡାର କ୍ରାଲଗୁଣ୍ଡ ଏରିଆରେ ଏହି ଘଟଣା ଘଟିଛି । ଆତଙ୍କୀମାନେ ସିଆରପିଏଫର A/92 ବାଟାଲିୟନ ଉପରକୁ ଆକ୍ରମଣ କରିଥିଲେ । ସୁରକ୍ଷାବଳ ଏହାର ମୁହଁତୋଡ ଜବାବ ଦେଇଥିଲା । ସୁରକ୍ଷାବଳ ସାରା ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍ ଜାରି ରଖିଛି । ଗତ ୪୮ ଘଣ୍ଟାରେ ଏହା ହନ୍ଦୱାଡାରେ ଦ୍ୱିତୀୟ ଆତଙ୍କୀ ହମଲା ।

ଏହା ପୂର୍ବରୁ ପୁଲୱାମାରେ ମଧ୍ୟ ୨ ଆତଙ୍କବାଦୀଙ୍କୁ ସଫା କରିଥିଲା ସୁରକ୍ଷାବଳ । ଡାଙ୍ଗରପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିଲେ । ତଲାସି ଅଭିଯାନ ସମୟରେ ସୁରକ୍ଷାବଳ ଉପରକୁ ଅଚାନକ ଆକ୍ରମଣ କରିଥିଲେ ୨ ଆତଙ୍କୀ । ଏହାର ଜବାବ ଦେଇ ୨ ଆତଙ୍କୀଙ୍କୁ ସଫା କରିଥିଲା ସୁରକ୍ଷାବଳ ।

   ସମ୍ବନ୍ଧିତ ଖବର


ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..

ନିର୍ବାଚନ ବିଜ୍ଞାପନରୁ ନୀତୀଶ କୁମାରଙ୍କ ଚେହେରା ଗାଏବ , କେବଳ ରହିଛି ପିଏମ୍‌ ମୋଦିଙ୍କ ଫଟୋ !

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…