୬ ଟଙ୍କା ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ ୧୭/୯ :ମହଙ୍ଗା ହେବ ପେଟ୍ରୋଲ, ଡିଜେଲ । ଲିଟର ପିଛା ୫ରୁ ୬ ଟଙ୍କା ବଢ଼ିବ । ସାଉଦି ଆରାମ୍‌କୋ ତୈଳ ବିଶୋଧନାଗାରରେ ଡ୍ରୋନ୍‌ ଆକ୍ରମଣ ପ୍ରଭାବରେ ଯୋଗାଣ ବାଧାପ୍ରାନ୍ତ ହେବ । ଫଳରେ ଘରୋଇ ବଜାରରେ ତୈଳ ଦର ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବଢ଼ିଚାଲିଛି ।

ଏହା ଜାରି ରହିଲେ ପେଟ୍ରୋଲ ଏବଂ ଡିଜେଲ ଦରରେ ୧୦% ବୃଦ୍ଧି ଘଟିପାରେ ବୋଲି ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେସନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ଅଧ୍ୟକ୍ଷ ଏମ୍‌. କେ. ସୁରାନା ପ୍ରକାଶ କରିଛନ୍ତି । ଅଶୋଧିତ ତୈଳ ଦରରେ ହେଉଥିବା କ୍ରମାଗତ ବୃଦ୍ଧିକୁ ସହ୍ୟ କରିବା କଷ୍ଟକର ବୋଲି ସେ କହିଛନ୍ତି ।

ସୋମବାର କାରବାର ଆରମ୍ଭରେ ବ୍ରେଣ୍ଟ୍‌ କ୍ରୁଡ୍‌ ଦରରେ ପାଖାପାଖି ୨୦% ବୃଦ୍ଧି ଘଟି ବ୍ୟାରେଲ ପିଛା ୭୧.୯୫ ଡଲାର ହୋଇଛି । ୨୮ ବର୍ଷ ମଧ୍ୟରେ ଏହା ସର୍ବବୃହତ୍‌ ଦୈନିକ ବୃଦ୍ଧି ।

ବିଶ୍ୱର ସର୍ବବୃହତ୍‌ ତୈଳ ପ୍ରକ୍ରିୟାକରଣ ୟୁନିଟ୍‌ରେ ଶନିବାର ହୋଇଥିବା ଡ୍ରୋନ୍‌ ଆକ୍ରମଣ ତୈଳ ଯୋଗାଣକୁ ପ୍ରଭାବିତ କରିଛି । ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଊଦ୍ଧ୍ୱର୍ମୁଖୀ ହୋଇଛି । ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡ଼ିବ । ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଭାରତ ବିଶ୍ୱର ତୃତୀୟ ବୃହତ୍‌ ତୈଳ ଆମଦାନିକାରୀ । ଏହା ନିଜର ୮୦% ତୈଳ ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରିଥାଏ । ତେବେ ତୈଳ ଦରରେ ବୃଦ୍ଧି ଘଟିଲେ ଦେଶର ଆମଦାନି ବିଲ୍‌ ବଢ଼ିଯିବ । ଏହା ଦେଶର ବିତ୍ତୀୟ ବ୍ୟବସ୍ଥାକୁ ବାଧାପ୍ରାପ୍ତ କରିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଟଙ୍କାର ବିନିମୟ ମୂଲ୍ୟ କମୁଥିବାବେଳେ ଏହା ଦେଶର ଆମଦାନି ବିଲ୍‌କୁ ବଢ଼ାଉଛି । କାରଣ ଭାରତ ଡଲାରରେ ତେଲ କିଣୁଛି । ଅନ୍ୟପଟେ ସାଉଦି ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ୍‌ ଆକ୍ରମଣ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି । ଏସବୁ ପରିସ୍ଥିତିରେ ଦେଶର ବାଣିଜ୍ୟିକ ନିଅଣ୍ଟ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….