PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଚିନ୍ତାପ୍ରକଟ କଲେ ଆର୍‌ବିଆଇ ଗଭର୍ଣ୍ଣର: ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରିବ କ୍ରିପ୍ଟୋକରେନ୍ସି

ନୂଆଦିଲ୍ଲୀ,୨୫/୦୨ : ଭାରତ ତଥା ବିଶ୍ୱରେ ବିଟ୍‌କଏନ୍‌ ଭଳି କ୍ରିପ୍ଟୋକରେନ୍ସିର ଲୋକପ୍ରିୟତା ବଢ଼ିବାକୁ ଲାଗିଥିବା ବେଳେ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏ ନେଇ ଚିନ୍ତା ପ୍ରକଟ କରିଛି ।

ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, କ୍ରିପ୍ଟୋକରେନ୍ସି ଘରୋଇ ଅର୍ଥନୀତିର ବିତ୍ତୀୟ ସ୍ଥିରତାକୁ ପ୍ରଭାବିତ କରିବ । ତେଣୁ ଏହା ଉପରେ ଗୁରୁତ୍ୱର ସହ ଚିନ୍ତା କରାଯାଉଛି । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି, କ୍ରିପ୍ଟୋକରେନ୍ସିକୁ ନେଇ ଯେଉଁସବୁ ଆଶଙ୍କା ରହିଛି, ସେ ବାବଦରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ସରକାରୀ ସ୍ତରରେ ଏବେ ଏହା ବିଚାରାଧୀନ ରହିଛି । ଖୁବଶୀଘ୍ର କିଛି ନା କିଛି ନିଷ୍ପତ୍ତି ନିଆଯିବ । ଆବଶ୍ୟକ ସ୍ଥଳେ ସଂସଦରେ ପ୍ରସଙ୍ଗ ଉଠିବ ଏବଂ ସେଠାରେ ନିଷ୍ପତ୍ତି ନିଆଯିବ । ତାଙ୍କ ମୁତାବକ ଏହି ବ୍ଲକ୍‌ଚେନ୍‌ ଟେକ୍ନୋଲୋଜି ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ମିଳିବାକୁ ଥିବା ଫାଇଦା ବେଶିଦିନ ରହିବ ନାହିଁ । ତା’ଛଡ଼ା ଏହାକୁ ଭିନ୍ନ ବାଟରେ ବ୍ୟବହାର କରାଯିବା ଆଶଙ୍କା ବି ରହିଛି । କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଉଛି ଏହା ଆର୍ଥିକ ସ୍ଥିରତା ଉପରେ ବଡ଼ ପ୍ରଭାବ ପକାଇବ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ କ୍ରିପ୍ଟୋକରେନ୍ସିକୁ ନେଇ ଅନେକଥର ଚିନ୍ତା ଜାହିର କରିଛି । ଅର୍ଥ ଠକେଇ ଓ ଆତଙ୍କବାଦ ପାଣ୍ଠି ଯୋଗାଣ ନିମନ୍ତେ ଏହାକୁ ବ୍ୟବହାର କରାଯିବା ଆଶଙ୍କା ରହିଛି ବୋଲି ଆର୍‌ବିଆଇ ଦର୍ଶାଇଥିଲା । କେନ୍ଦ୍ର ସରକାର ୨୦୧୮ରେ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ କ୍ରିପ୍ଟୋକରେନ୍ସି କାରବାର ଉପରେ ରୋକ ଲଗାଇଥିଲେ । କିନ୍ତୁ ସୁପ୍ରିମ୍‌କୋର୍ଟ ଗତବର୍ଷ ଏହାକୁ ହଟାଇ ଦେଇଥିଲେ । ତେବେ ଏ ନେଇ ସରକାର ସଂସଦରେ ଏକ ବିଲ୍‌ ଆଣିବା ପାଇଁ ବିଚାର କରୁଛନ୍ତି ।