PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

UAE ଗସ୍ତ କରିବା ପୂର୍ବରୁ CSKର ୬ ଦିନିକିଆ ଅଭ୍ୟାସ ଶିବିର: ୧୫ ତାରିଖରୁ ମଇଦାନକୁ ଓହ୍ଲାଇବ ଧୋନୀ ବାହିନୀ

ଚେନ୍ନାଇ,୧୩/୦୮: ୟୁଏଇ ଗସ୍ତ କରିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସର ୬ ଦିନିକିଆ ଅଭ୍ୟାସ ଶିବିର ଚେନ୍ନାଇରେ ଆୟୋଜିତ ହେବାକୁ ଯାଉଛି । ଏହା ୧୫ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ । କିନ୍ତୁ ଏହି ଶିବିରରେ ଯୋଗ ଦେବେ ନାହିଁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।

ଏ ବିଷୟରେ ସୁପର କିଙ୍ଗ୍‌ସର ସିଇଓ କାଶି ବିଶ୍ୱନାଥନ କହିଛନ୍ତି, ଅଭ୍ୟାସ ଶିବିରରେ ଜାଡେଜା ଯୋଗ ଦେବେ ନାହିଁ । ମାତ୍ର ଦଳ ୟୁଏଇ ଯାତ୍ରା କରିବା ପୂର୍ବରୁ ସେ ଚେନ୍ନାଇରେ ଆସି ପହଞ୍ଚିଯିବେ ।’ ଆସନ୍ତା ୨୧ ତାରିଖରେ ସୁପର କିଙ୍ଗ୍‌ସ ୟୁଏଇ ଯାତ୍ରା କରିବ ।

ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ଶିବିର ଆୟୋଜନ ନେଇ ପରାମର୍ଶ ଦେଇଥିଲେ । ଫଳରେ ଦଳ ୟୁଏଇ ଯାତ୍ରା କରିବା ପୂର୍ବରୁ ଅଳ୍ପ ଦିନ ପାଇଁ ଏକ ଅଭ୍ୟାସ ଶିବିର ଆୟୋଜନ କରାଯାଇଛି । ଧୋନି, ସୁରେଶ ରାଇନା, ହରଭଜନ ସିଂହ ଓ ଅମ୍ବାତି ରାୟୁଡୁ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ବିଶ୍ୱନାଥନ କହିଛନ୍ତି, ଅଭ୍ୟାସ ଶିବିରରେ କେବଳ ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦିଆଯିବ । ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଅଭ୍ୟାସ ପାଇଁ ତାମିଲନାଡୁ ସରକାରଙ୍କ ଠାରୁ ଲିଖିତ ଅନୁମତି ଆଣିଛୁ । ରୁଦ୍ଧଦ୍ୱାର ଅଭ୍ୟାସ କରାଯିବ । କେବଳ ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ ହିଁ ଶିବିରରେ ଉପସ୍ଥିତ ରହିବେ ।’