ଆଇପିଏଲ୍‌-ସିଏସ୍‌କେ ଜିତିଲା ଉଦ୍‌ଘାଟନୀ ମ୍ୟାଚ୍‌

ଆବୁଧାବି : ରୋମାଞ୍ଚଭରା ଆଇପିଏଲ୍‌-୧୩ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ୫ ୱିକେଟ୍‌ରେ ବିଜୟୀ ହୋଇଛି । ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌ ହରାଇ ୧୬୨ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ଅମ୍ବାତି ରାୟୁଡୁ (୭୧) ଓ ଫାଫ୍‌ ଡୁପ୍ଲେସି (୫୮ଞ୍ଚ) ଅର୍ଦ୍ଧଶତକ ହାସଲ କରି ଦଳ ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସିଏସ୍‌କେ ୧୯.୨ ଓଭରରେ ୫ ୱିକେଟ୍‌ ହରାଇ ୧୬୬ ରନ୍‌ କରିଥିଲା ।

ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତିବା ପରେ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ ଡିକକ୍‌ ଇନିଂସ ଓପନ କରିଥିଲେ । ସିଏସ୍‌କେର ପେସ୍‌ ତାରକା ଦୀପକ ଚହର ପୃଷ୍ଠା-୭

ସିଜନର ପ୍ରଥମ ଓଭର ବୋଲିଂ କରିଥିଲେ । ଓଭରର ପ୍ରଥମ ବଲ୍‌ ସାମ୍ନା କରିଥିଲେ ରୋହିତ । ଏହି ବଲ୍‌କୁ ସେ ଚୌକା ମାରି ଖାତା ଖୋଲିଥିଲେ ।

ଡିକକ୍‌ ମଧ୍ୟ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ।  ଉଭୟ ଦ୍ରୁତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ପ୍ରଥମ ୱିକେଟ୍‌ରେ ୪୬ ରନ୍‌ରେ ପହଞ୍ଚାଇବା ପରେ ରୋହିତ ୧୨ (୧୦ ବଲ୍‌, ୨ ଚୌକା) ରନ୍‌ କରି ଆଉଟ୍‌ ହୋଇଥିଲେ । ସିଜନର ପ୍ରଥମ ୱିକେଟ୍‌ ହାସଲ କରିଥିଲେ ପିୟୂଷ ଚାୱଲା ।

ମାତ୍ର ୨ ରନ୍‌ର ବ୍ୟବଧାନ ପରେ ଡିକକ୍‌ ମଧ୍ୟ ଆଉଟ୍‌ ହୋଇ ପାଭିଲିୟନ ଫେରି ଯାଇଥିଲେ । ସେ ୨୦ ବଲ୍‌ ଖେଳି ୩୩ ରନ୍‌ (୫ ଚୌକା) ସଂଗ୍ରହ କରିଥିଲେ । ତୃତୀୟ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୭ ରନ୍‌ କରି ଫେରିଥିଲେ । ସୌରଭ ତିୱାରୀ ବେଶ୍‌ କିଛି ସମୟ ଦ୍ରୁତ ବ୍ୟାଟିଂ କରିଥିଲେ । ସେ ୩୧ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୨ ରନ୍‌ ସଂଗ୍ରହ କରିଥିଲେ ।

ଦୀର୍ଘ ମାସ ପରେ ମଇଦାନକୁ ଓହ୍ଲାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳକୁ ନିରାଶ କରିଥିଲେ । ସେ ୧୦ ବଲ୍‌ ଖେଳି ମାତ୍ର ୧୨ ରନ୍‌ ସଂଗ୍ରହ କରିଥିଲେ । ପରବର୍ତ୍ତୀ ସମୟରେ କିରୋନ ପୋଲାର୍ଡ ଓ କୃନାଲ ପାଣ୍ଡ୍ୟା ଦଳୀୟ ସ୍କୋରକୁ ଆଗେଇ ନେବାରେ ପ୍ରୟାସ କରିଥିଲେ । ୧୬ ଓଭର ଶେଷ ସୁଦ୍ଧା ଇଣ୍ଡିଆନ୍ସ ୫ ୱିକେଟ୍‌ ହରାଇ ୧୩୬ ରନ୍‌  ସଂଗ୍ରହ କରିଥିଲା । କୃନାଲ (୩) ବି ବିଫଳ ରହିଥିଲେ । ଏହାପରେ ପୋଲାର୍ଡ ୧୮, ଜେମ୍ସ ପାଟିନସନ୍‌ ୧୧, ଟ୍ରେଣ୍ଟ ବୋଲ୍ଟ ୦୦ ଏବଂ ରାହୁଲ ଚହର ୨ ଓ ଜଶପ୍ରୀତ ବୁମ୍‌ରା ୫ ରନ୍‌ କରି ଅପରାଜିତ ରହିଥିଲେ । ସିଏସ୍‌କେ ପକ୍ଷରୁ ଲୁଙ୍ଗି ଗିଡି ୩, ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର ୨ଟି ଲେଖାଏଁ ଏବଂ ସାମ କୁରାନ ଓ ଚାୱଲା ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ ।

୧୬୩ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ସିଏସ୍‌କେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମୂରଲୀ ବିଜୟ (୧) ଓ ସେନ୍‌ ୱାଟସନ୍‌ (୪)  ସହଳ ପାଭିଲିୟନ ଫେରିଥିଲେ । ଏହାପରେ ଫାଫ୍‌ ଡୁପ୍ଲେସି ଓ ଅମ୍ବାତି ରାୟୁଡୁ ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ । ରାୟୁଡୁ ଦ୍ରୁତ ବ୍ୟାଟିଂ କରି ୩୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ।

ଡୁପ୍ଲେସି ଓ ରାୟୁଡୁ ଯୋଡ଼ି ଇଣ୍ଡିଆନ୍ସ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲେ । ରୋହିତ ବୋଲିଂରେ ପରିବର୍ତ୍ତନ କରିଥିଲେ ବି ତାହାର ପ୍ରଭାବ କିଛି ପଡ଼ି ନଥିଲା । ରାୟୁଡୁ କିନ୍ତୁ ନିର୍ଭୟରେ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଶେଷରେ ରାହୁଲ ଚହର ଏହି ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଥିଲେ । ୪୮ ବଲରୁ ୬ ଚୌକା ଓ ୩ ଛକା ସହାୟତାରେ ୭୧ ରନ୍‌ ସଂଗ୍ରହ କରି ରାୟୁଡୁ ଆଉଟ୍‌ ହୋଇଥିଲେ ।

ଏହାପରେ ଜାଡେଜା ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ । ତାଙ୍କ ସ୍ଥାନରେ ସାମ କୁରାନ ଆସି ମାତ୍ର ୬ ବଲରୁ ୧୮ ରନ୍‌ କରି ପାଭିଲିୟନ ଫେରିଥିଲେ । ଶେଷରେ ଡୁପ୍ଲେସି (୫୮) ଓ ମହେନ୍ଦ୍ର ସିଂହ ଧୋନି (୦୦) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।

   ସମ୍ବନ୍ଧିତ ଖବର


ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଗୋଟିଏ ରାତିରେ ସଟର ଭାଙ୍ଗି ୮ଟି ଦୋକାନ ଲୁଟିଲେ ଦୁର୍ବୃତ୍ତ: ନଗଦ ଟଙ୍କା ଓ ସମଗ୍ରୀ ଲୁଟ୍