PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ- କାଳବୈଶାଖୀର ତାଣ୍ଡଵ। ସେରଗଡ ବ୍ରାହ୍ମଣଛାଇ ଗାଁରେ ଗଛ ପଡି ଦୁଇ ମୃତ
  • ||
  • ବରିଷ୍ଠ ବିଜେଡି ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ବିଧାୟକା
  • ||
  • ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ଆକ୍ରମଣର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଉପବାସ
  • ||
  • ପଶ୍ଚିମବଙ୍ଗ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି
  • ||
  • କୋଭିଡ୍ ମୁକାବିଲା ପାଇଁ ୫୦ ହଜାର କୋଟି ଦେବ ଆର୍‌ବିଆଇ
  • ||
  • ବଲାଙ୍ଗୀର: ଡେଲିମାର୍କେଟରେ ସଂଘବଦ୍ଧ ଭାବେ ପରିବା ବିକ୍ରି କରିବାକୁ ପ୍ରଶାସନ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ପରିବା ଫିଙ୍ଗିଲେ ବେପାରୀ, ପୁଲିସ ଏବଂ ମ୍ୟୁନିସିପାଳିଟି ପକ୍ଷରୁ ବୁଝାମଣା ଜାରି
  • ||
  • ଗୁଡ଼ଭେଲା: ବିଦ୍ୟୁତ ଖୁଣ୍ଟକୁ ପଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ହାଇଦ୍ରାବଦରୁ ଫେରୁଥିଲେ ପ୍ରବାସୀ ଶ୍ରମିକଙ୍କ ୧୨ ବର୍ଷର ଝିଅ, ସୀମାନ୍ତ ମୋଟୁରେ ଚାଲିଗଲା ଜୀବନ
  • ||
  • ଉପକୂଳରେ ତାତି ଉଭାନ୍‌, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
  • ||
  • ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଓଡ଼ିଶାରେ ଚିହ୍ନଟ ହେଲେ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ, ଆଖିବୁଜିଲେ ୧୬ ଜଣ ସଂକ୍ରମିତ
  • ||
  • ଓଡ଼ିଶା: ଆଜିଠୁ ରାଜ୍ୟବ୍ୟାପୀ ୧୪ ଦିନିଆ ‘ଲକଡାଉନ୍‌,’୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
  • ||

ପାଗଳ ନେଲା ୨ ଜୀବନ

ନୟାଗଡ଼,୧୭ା୧(ଆପ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସହରରେ ବୁଧବାର ବିଳମ୍ବିତ ରାତିରେ ଏକ ପାଗଳ ଉନ୍ମତ୍ତ କାଣ୍ଡ ଘଟାଇଛି । ସେ ସାରାରାତି ଏ ଗଳିରୁ ସେ ଗଳି ବୁଲି ବୁଲି ହାତରେ ଧରିଥିବା ଏକ କାଠ ଫାଳିଆ ଦ୍ୱାରା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା । ଏପରିକି ଅନେକ ଲୋକଙ୍କୁ କାମୁଡ଼ି ଆଙ୍ଗୁଳି ଛିଣ୍ଡାଇ ଦେଇଥିବା ବେଳେ କାହାକୁ ପିଟି ପିଟି ହାତଗୋଡ଼ ଭାଙ୍ଗି ଦେଇଥିଲା । କାଠ ଫାଳିଆ ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୮ଜଣ ଗୁରୁତର ଆହତ ହୋଇଛନ୍ତି । ପାଗଳକୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ଓଡ଼ଗାଁ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ମଧ୍ୟ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ପୁଲିସର ଅବହେଳା ପାଇଁ ଏଭଳି ଦୁଃଖଦ ଘଟଣା ଘଟିଲା ବୋଲି ଲୋକେ ଦୋଷାରୋପ କରିବା ସହ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦାବିରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ରାସ୍ତାରୋକ ସହ ଓଡ଼ଗାଁ ବଜାର ବନ୍ଦ ରହିଥିଲା । ପ୍ରଶାସନିକ ଅଧିକାରୀମାନେ ପହଞ୍ôଚ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ସହ ଆହତମାନଙ୍କର ମାଗଣା ଚିକିତ୍ସା କରାଯିବ ବୋଲି ଘୋଷଣା କରିଛନ୍ତି ।
ଖବରରୁ ପ୍ରକାଶ ଯେ, କୁଶଢିପି ଗ୍ରାମର ମୁରଲୀ ମଲ୍ଲିକଙ୍କ ପାଗଳ ପୁଅ ରଞ୍ଜନ(୪୦) ଦୀର୍ଘ ବର୍ଷ ହେବ ଓଡ଼ଗାଁ ବଜାରରେ ବୁଲିବା ସହ ଦୋକାନୀଙ୍କ ଠାରୁ ମାଗି ଖାଉଥିଲା । କେବେ କେବେ ସେ ରାତିରେ ନିଜ ଘରକୁ ଚାଲି ଯାଉଥିବା ବେଳେ ଅନ୍ୟ କେତେବେଳେ ଦୋକାନ ବାରଣ୍ଡାରେ ଶୋଇ ଯାଉଥିଲା । ବୁଧବାର ରାତିରେ ସିନେମା ହଲ ଛକରେ କିଛି ଯୁବକଙ୍କ ସହିତ ସେ ଗଣ୍ଡଗୋଳ ଆରମ୍ଭ କରିଥିଲା । ଯୁବକମାନେ ତାକୁ ଧରି ପୋଖରୀକୁ ଫୋପାଡ଼ି ଦେବା ସହଓଡ଼ଗାଁ ପୁଲିସ୍କୁ ଖବର ଦେଇଥିଲେ । କିଛି ପୁଲିସ୍ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲେ ସୁଦ୍ଧା ଏହାକୁ ହେୟ ମନେକରି ଫେରି ଆସିଥିଲେ । ବିଳମ୍ବିତ ରାତିରେ ପାଣି ଭିତରୁ ପାଗଳ ବାହାରିବା ପରେ ପୋଖରୀ ନିକଟସ୍ଥ ଘରେ ଭଡ଼ାରେ ରହୁଥିବା ବଦନି ପ୍ରଧାନ(୬୦)ଙ୍କ ଘର ଆଡ଼କୁ ଯାଇଥିଲା । ନିଜର ପୋଷାକ ପାଣିରେ ଓଦା ହୋଇଯାଇଥିବାରୁ ସେ ବାଡ଼ିପଟେ ଶୁଖୁଥିବା ଶାଢ଼ୀ ନେଇ ଯାଇଥିଲା । ଏହା ଦେଖି ପାରି ବଦନି ବାଡ଼ିପଟକୁ ଯାଇ ପାଟି କରିଥିଲେ । ପାଗଳ ହାତରେ ଧରିଥିବା ଏକ କାଠ ଫାଳିଆରେ ବଦନିଙ୍କୁ ପିଟି ପିଟି ଘର ଭିତରକୁ ନେଇଯାଇଥିଲା । ଏହା ଦେଖି ମହିଳାଙ୍କ ଝିଅ ସୁଲୋଚନା ମା’ଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିବାରୁ ତାଙ୍କୁ ମଧ୍ୟ ପାଗଳ ଛାଡ଼ି ନ ଥିଲା । ମାଡ଼ ଖାଇ ମା’ ଝିଅ ଗୁରୁତର ଆହତ ହୋଇଥିଲେ ।
ସେଠାରୁ ପାଗଳ ବଜାରକୁ ଆସିଥିଲା । ପରିବା ମାର୍କେଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ତ୍ରିଲୋଚନ ସେଠୀ(୫୦)ଙ୍କୁ ଦେଖି ତାଙ୍କୁ ଆଖିବୁଜା ପିଟିଥିଲା । ଏଥିରେ ତ୍ରିଲୋଚନ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ରାସ୍ତାରେ ଦାମ ସାହୁ(୫୦)ଙ୍କୁ ଦେଖି ପାଗଳ ତାଙ୍କ ଆଙ୍ଗୁଳିକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା । ଚାରିଜଣଙ୍କୁ ଆକ୍ରମଣ କରିବା ପରେ ପାଗଳ ଛୁଟିଥିଲା ପାଇକସାହି ଆଡ଼କୁ । ସେତେବେଳକୁ ଭୋର ହୋଇ ଆସୁଥିବାରୁ ଲୋକେ ଧିରେ ଧିରେ ଘରୁ ବାହାରିବା ଆରମ୍ଭ କରୁଥିଲେ । ପାଗଳ ସାହି ଭିତରେ ଯାହାକୁ ଦେଖିଲା ତାକୁ ଧରିଥିବା କାଠରେ ପିଟିଚାଲିଲା । ଏଥିରେ ପାଇକ ସାହିର ମନୁ ପ୍ରଧାନ(୪୦)ଙ୍କ ହାତ ଭାଙ୍ଗିଥିବା ବେଳେ ଖଦାଳି ନାୟକ(୩୮)ଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଥିଲା । ଏହା ପରେ ସେ କବି ନାୟକ(୪୦) ଓ ପେଣ୍ଟୁ ନାୟକଙ୍କୁ କାମୁଡ଼ି ସେମାନଙ୍କର ଗୋଟିଏ ଲେଖାଏଁ ଆଙ୍ଗୁଳି ଛିଣ୍ଡାଇ ଦେଇଥିଲା । ଆହତ ଲୋକମାନଙ୍କ ପାଟି ଶୁଣି ସାହି ଲୋକମାନେ ଉଠି ପାଗଳକୁ ଧରିବାକୁ ଚେଷ୍ଟା କରିଥିଲେ ।
ଖବର ପାଇ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାକୁ ଧରିବା ସମୟରେ ସେ ଥାନା ଅଧିକାରୀଙ୍କ ଉପରକୁ ପଥର ମାଡ଼ କରିବାରୁ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିଲା । ପୁଲିସ ପାଗଳକୁ କାବୁ କରି ପ୍ରଥମେ ଓଡ଼ଗାଁ ଓ ପରେ ଶରଣକୁଳ ଥାନାକୁ ନେଇଥିଲା । ଗୁରୁତର ଆହତ ବଦନି ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆହତମାନଙ୍କୁ ପ୍ରଥମେ ଓଡ଼ଗାଁ ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ନୟାଗଡ଼ରେ ତ୍ରିଲୋଚନଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କ ମଧ୍ୟରୁ ଅମୂଲୀ ବାରିକ ଓ ସୁଲୋଚନା ପ୍ରଧାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ।
ଏହି ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକ ଥାନା ସମ୍ମୁଖରେ ରୁଣ୍ଡ ହୋଇଥିଲେ । ରାତି ପାହିବା ପୂର୍ବରୁ ସେମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଦିନତମାମ ପାଗଳ ନେଲା ୨ ଜୀବନରାସ୍ତାରୋକ ଏବଂ ବଜାର ବନ୍ଦ ରହିଥିଲା । ଅପରାହ୍ନରେ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ଶରଣକୁଳ ଏସ୍ଡିପିଓ ନାରାୟଣ ଚନ୍ଦ୍ର ବାରିକ,ଏସ୍ପି ଦିଲ୍ଲୀପ ସାହାଣି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକ ଏବଂ ଆହତମାନଙ୍କୁ କ୍ଷତିପୂରଣ ଦିଆଯିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ବିଜୁ ପକ୍କାଘର, ରାସନ କାର୍ଡ ଏବଂ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେମାନେ ଦାବି କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ରାସନ କାର୍ଡ, ବିଜୁପକ୍କା ଘର,ରେଡକ୍ରସରୁ ୨୦ ହଜାର, ବ୍ଲକ୍ ପ୍ରଶାସନ ପକ୍ଷରୁ ୨୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଲେଖାଏଁ ଟଙ୍କା ଦିଆଯିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୩.୧୫ ମିନିଟରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଏହି ଘଟଣାକୁ ନେଇ ଓଡ଼ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ, ସୁଲୋଚନା ଏକ ନର୍ସିଂହୋମ୍ରେ କାମ କରୁଥିବା ବେଳେ ମା’ ବଦନିଙ୍କ ସହ ପୋଖରୀ ନିକଟସ୍ଥ ଏକ ଘରେ ଭଡ଼ାରେ ରହୁଥିଲେ । ଏହି ଘଟଣାରେ କେନ୍ଦ୍ର ପେଟ୍ରୋଲିମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଓ ଜଣେ ଆହତ ହେବା ଖବର ଶୁଣି ମୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।