ଭଦ୍ରକରେ ସନ୍ଧ୍ୟା ୭ଟାରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା: ଜରୁରୀ କାମ ନଥିଲେ ଘରୁ ବାହାରିବା ମନା

ଭଦ୍ରକ ୫/୫: ଭଦ୍ରକ ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଜାରି ହୋଇଛି । ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।  ଏନେଇ ଭଦ୍ରକ ଜିଲ୍ଳାପାଳ ଟ୍ବିଟ୍ କରି କଟକଣା ଘୋଷଣା କରାଯାଇଛି ।

ଭଦ୍ରକ ଜିଲ୍ଲାରେ ଗତାକାଲି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଥିଲା । ତେବେ ଚିହ୍ନଟଙ୍କ ମଧ୍ୟରୁ ଜଣେ ବାସୁଦେବପୁର ବ୍ଲକ୍ ଓ ଅନ୍ୟ ଜଣେ ଧାମନଗର ବ୍ଲକର ବୋଲି ଜିଲ୍ଲାପାଳ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ ।

ଭଦ୍ରକ ଜିଲ୍ଲାରେ ପ୍ରଥମ ତିନିଜଣଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ଜିଲ୍ଲାର କରୋନା ଚିତ୍ରକୁ ଦେଖିଲେ ଭଦ୍ରକ ବ୍ଲକ୍ ଓ ପୌରାଞ୍ଚଳରେ ୩ ଜଣ, ବାସୁଦେବପୁର ବ୍ଲକରେ ୧୦ ଜଣ, ଭଣ୍ଡାରିପୋଖରୀ ବ୍ଲକ୍ ରେ ୨ ଜଣ, ଧାମନଗର ବ୍ଲକ୍ ରେ ୩ ଜଣ, ତିହିଡି ବ୍ଲକ୍ ରେ ୨ ଜଣ, ବନ୍ତ ବ୍ଲକ୍ ରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମୟ ବ୍ୟବଧାନରେ କ୍ରମାଗତ ଭାବେ ୧୨ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିବା ପରେ ପ୍ରଶାସନଠାରୁ ଆରମ୍ଭ କରି ଭଦ୍ରକବାସୀ ସମସ୍ତେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଥିଲେ । ତେବେ ପୁଣି ପଜିଟିଭ ରିପୋର୍ଟ ସାଧାରଣରେ ଆତଙ୍କ ସୃଷ୍ଟି କରିଛି ।

ଗତକାଲି ଭଣ୍ଡାରିପୋଖରୀ ବ୍ଲକ୍ ର ରାହାଣିଆ ଓ ତେସିଙ୍ଗା ପଞ୍ଚାୟତରୁ କଣ୍ଟେନମେଣ୍ଟ କଟକଣା କୋହଳ ହୋଇଥିବାବେଳେ ପୁଣି ଧାମନଗର ବ୍ଲକର ସାହାସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ଗତକାଲି ପଜିଟିଭ ଚିହ୍ନଟ ବାସୁଦେବପୁର ବ୍ଲକ୍ ର ଲକ୍ଷ୍ମୀଦାସପୁର ଅଞ୍ଚଳର ହୋଇଥିବାରୁ ପୂର୍ବରୁ ଏହି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଥିବାରୁ ସମୟ ସୀମାକୁ ପୁଣି୧୪ ଦିନକୁ ବଢାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଖାଲି ପାଦରେ ନିତି ୧୦ କି.ମି. ସାଇକେଲ ଚଲାଇ ଯାଉଛନ୍ତି ଡାକ୍ତର, ୮୭ ବର୍ଷରେ ବି କମିନି ସେବାର ନିଶା

ଦିନ ଦ୍ୱିପ୍ରହରେ ଲୁଟ୍, ସାଢେ ୩ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପିଆଜ ଦର ବୃଦ୍ଧି, ଗ୍ରାହକ ହନ୍ତସନ୍ତ

କରୋନା ଭାଇରସ୍ : ଏହି ସବୁ ଜିନିଷରେ କରୋନା ସଂକ୍ରମଣ ମାତ୍ରା ଅଧିକ – ଅଧ୍ୟୟନରୁ ସ୍ପଷ୍ଟ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

ପତ୍ନୀକୁ ଠେଙ୍ଗାରେ ପିଟି ହତ୍ୟା