ବଲାଙ୍ଗୀରରେ ଜାରି ହେଲା କର୍ଫ୍ୟୁ, ଆସିବ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌

ବଲାଙ୍ଗୀର ୧୪/୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ବଲାଙ୍ଗୀର ଆସୁଥିବା ଶ୍ରମିକ ସ୍ପେଶିଆଲ ଟ୍ରେନକୁ ନଜରରେ ରଖି ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି । ଗୁରୁବାର ପୂର୍ବାହ୍ନ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଜାରି କରାଯାଇଛି । ବିଭାଗୀୟ ଚିଠି ନଂ ୧୮୯୧ ତା ୧୩.୫.୨୦୨୦ କ୍ରମେ ବଲାଙ୍ଗୀର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ବିଜ୍ଞପ୍ତି ଜାରି କରିଛନ୍ତି ।

ବିଜ୍ଞପ୍ତି ଅନୁସାରେ, ରେଳ ଷ୍ଟେସନ ନିକଟସ୍ଥ ଅଞ୍ଚଳ, ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଷ୍ଟେସନ ନିକଟସ୍ଥ ସମ୍ପୂର୍ଣ୍ଣ ସାଲେପାଲି ଗାଁ, ରେଲୱେ ଷ୍ଟେସନ ରୋଡ଼-୧ ଦେଇ କଂସାରୀ ପଡ଼ା ହନୁମାନ ମନ୍ଦିର ଛକ, ରିଂ-ରୋଡ଼ ସୁଦପଡ଼ା ପ୍ରାଥମିକ ସ୍କୁଲ ଦେଇ ପୁଇଁନ୍ତଳା ଏବଂ ରେଲୱେ ଓଭରବ୍ରିଜ ରାସ୍ତା, ସାଲେପାଲି-ଆରଟିଓ ଅଫିସ(ରିଙ୍ଗରୋଡ଼), ଆରଟିଓ ଅଫିସ ଛକରୁ ମହିଳା ମହାବିଦ୍ୟାଳୟ ଛକ ଦେଇ ରାଜେନ୍ଦ୍ର କଲେଜ ଛକ ଏବଂ ଆର୍‌ଡବ୍ଲୁଏସ୍‌ଏସ୍‌ ସେକ୍ସନ ଅଫିସକୁ ଯାଇଥିବା ରାସ୍ତାଗୁଡ଼ିକରେ ପ୍ରବାସୀମାନଙ୍କୁ ନେଇ ପ୍ରଶାସନର ଗାଡ଼ି ଯିବା ଆସିବା କରିବ । ତେଣୁ ଏହି ରାସ୍ତାମାନଙ୍କରେ କର୍ଫ୍ୟୁକୁ କଡ଼ାକଡ଼ି ଭାବରେ ପାଳନ କରାଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଟ୍ରେନ୍‌ରେ ବଲାଙ୍ଗୀର ସମେତ ବରଗଡ଼, ବୌଦ୍ଧ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ସୋନପୁର ଜିଲ୍ଲାର ପ୍ରବାସୀମାନେ ଆସୁଛନ୍ତି । ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କୌଣସି ବ୍ୟକ୍ତି ଟ୍ରେନ ନିକଟକୁ କିମ୍ବା ସେମାନେ ଓହ୍ଲାଇ ବସ୍‌ରେ ଯାଉଥିବାବେଳେ ଦେଖିବାକୁ ପାଖକୁ ଆସିବେନାହିଁ । ପ୍ରବାସୀ ଓଡ଼ିଆଙ୍କୁ ଧରି ଯାଉଥିବା ବସ୍‌ ଯେଉଁ ଅଞ୍ଚଳମାନ ଦେଇ ଯିବ, ସେହି ଅଞ୍ଚଳଗୁଡ଼ିକ ଆସନ୍ତାକାଲି ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି । ସେହି ଅଞ୍ଚଳରେ ଅଯଥାରେ ଭିଡ଼ ନକରି ଘରେ ରହି ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ନିବେଦନ କରିଛନ୍ତି ।

   ସମ୍ବନ୍ଧିତ ଖବର


ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ରାସ୍ତା ଉପରେ ଜଳିଗଲା ୧୨ ଚକିଆ ଟ୍ରକ୍, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ବାଇକ ଆରୋହୀଙ୍କ ଉପରେ ଚଢିଗଲା ହାଇଓ୍ୱା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଜୀବନ