ଟିଟିଲାଗଡ଼ ସହରରେ କର୍ଫ୍ୟୁ, ସକାଳ ୯ରୁ ରାତି ୧୨ଟା ଯାଏ ରହିବ କଟକଣା

ଟିଟିଲାଗଡ ୧୦/୫: ମହାରାଷ୍ଟ୍ରର ପନୱେଲରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ପ୍ରବାସୀ ଓଡ଼ିଆଙ୍କୁ ନେଇ ରବିବାର ଟିଟିଲାଗଡରେ ପହଞ୍ଚିବ । ୨୪ ବଗି ବିଶିଷ୍ଟ ଉକ୍ତ ଟ୍ରେନରେ ପ୍ରାୟ ୧୨ଶହ ଯାତ୍ରୀ ଆସୁଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଟିଟିଲାଗଡରେ କର୍ଫ୍ୟୁ ଜାରି କରିଛି । ଏହି ସମୟରେ ଯଦି କେହି ବାହାରକୁ ବାହାରିବେ । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ କହିଛନ୍ତି ।

ଅପରପକ୍ଷେ, ଟ୍ରେନ ଟିଟିଲାଗଡ଼ ଆସିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ଜିଲ୍ଲା କରୋନା ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଲୋହାନୀ, ବେଣୁଧର ବେହେରା, ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆ, ଏସପି ମଡ଼କର ସନ୍ଦୀପ ସମ୍ପତ, ଡ଼ିଆରଡ଼ିଏ ପିଡ଼ି ଡ.ମହେଶ୍ୱର ସ୍ୱାଇଁ, ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଟିଟିଲାଗଡ଼ ଆସୁଥିବା ପ୍ରବାସୀ ଓଡ଼ିଆ ବିଭିନ୍ନ ବ୍ଲକ ଅଞ୍ଚଳର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କିପରି ପହଞ୍ଚିପାରିବେ ସେନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଷ୍ଟେସନକୁ ଯାଇ ସ୍ଥିତି ପରଖିଛନ୍ତିି । ସେଠାରେ କରାଯାଇଥିବା ଅସ୍ଥାୟୀ କାଉଣ୍ଟର, ବସଶୌଚାଳୟ ଓ ଖାଦ୍ୟପେୟର ବ୍ୟବସ୍ଥା ସମୀକ୍ଷା କରିଥିଲେ । ପୂର୍ବରୁ ଟିଟିଲାଗଡ଼ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା କରୋନା ଆଇସୋଲେସନ ଟ୍ରେନକୁ ଅନ୍ୟତ୍ର ଘୁଞ୍ଚାଇ ଦିଆଯାଇ ପା୍ଲଟଫର୍ମକୁ ଖାଲି କରାଯାଇଛି ।

ଆସୁଥିବା ପ୍ରବାସୀମାନେ ଯେଭଳି ଅନ୍ୟତ୍ର ଚାଲି ନଯିବେ ସେଥିପାଇଁ ଷ୍ଟେସନ ପରିସରରେ ଖଞ୍ଜାଯାଇଥିବା ସମସ୍ତ ସିସିଟିଭି କ୍ୟାମେରାର କାର୍ଯ୍ୟକାରିତା ଯାଞ୍ଚ କରାଯାଇଛି । ଜିଆରପି ଓ ଆରପିଏଫ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କ କରାଯାଇଛି । ବାହାରୁ କିଏ ଷ୍ଟେସନକୁ ପଶି ପାରିବେ ନାହିଁ କିମ୍ବା ଫେରୁଥିବା ପ୍ରବାସୀ ବାହାରକୁ ଯାଇପାରିବେ ନାହିଁ । ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ନିଷ୍ଠୁର ଦାଦା; ଛତୁଆ କଂସାରେ ପାଦ ପଡିଯିବାରୁ ଜୀବନରୁ ମାରିଦେଇଥିଲା ଝିଆରୀକୁ, ଏବେ ମାନିଲା ସତ…

ବାଲେଶ୍ବର ଉପନିର୍ବାଚନରେ ସବୁଠୁ ବୟସ୍କ ଏବଂ ଗରିବ ପ୍ରାର୍ଥୀ ବେଣୁଧର; ସାଇକେଲରେ ବୁଲି କରୁଛନ୍ତି ପ୍ରଚାର…

ଗ୍ରାମୀଣ ଅର୍ଥନୀତିକୁ ଆତ୍ମନିର୍ଭର କରିବାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ, ଗ୍ରାମାଞ୍ଚଳରେ ବଢିବ ଇସ୍ପାତ ଚାହିଦା…

ନଭେମ୍ବର ୧୧ ଓ ୧୨ରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍‌ ପରୀକ୍ଷା, ୧୯୦ କେନ୍ଦ୍ରରେ ୧୪ ଶହ ପରୀକ୍ଷାର୍ଥୀ ଦେବେ ପରୀକ୍ଷା…

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ