ହାଜତ ମୃତ୍ୟୁ ମାମଲାର ଭିଡିଓ ଭାଇରାଲ ପରେ ଟୁଇଷ୍ଟ: ‘ଟଙ୍କା ଦେବୁ- ଜମି ବି ଦବୁ’ ଯିଏ ଡାକିବ କିଛି ଶୁଣିବନି…

ପୁରୀ,୨୨/୧୧: କେତେ ଟଙ୍କା ଦେଲେ ଚଳିବ କୁହ । ଟଙ୍କା ଦେବୁ । ଜମି ବି ଦେବୁ । କିଛି ଅସୁବିଧା ରହିବ ନାହିଁ । ଦୁଇ ପରିବାରର ଦୁଃଖ ପଳାଇବ । ହେଲେ ମିଡିଆକୁ କିଛି କହିବ ନାହିଁ । ମିଡିଆବାଲା ଆସିବେ, ନେତା ମଧ୍ୟ ଆସିବେ । କେତେକ ଥା ପଚାରିବେ । ଲାଭ କ’ଣ ହେବ । ଯିଏ ଡାକିବ କିଛି ଶୁଣିବ ନାହିଁ । ହାଜତ ମୃତ୍ୟୁ ମାମଲାର ମୃତକଙ୍କ ଦାଦା ଆରିୟାଙ୍କ ପରିବାର ଲୋକଙ୍କୁ ଏମିତି କହି ବୁଝାଇଦେଲା ପୁଲିସ । ୪ ଦିନ କାଳ ଲୁଚାଇ ରଖି କେ.ଆରିୟାଙ୍କୁ ଶୁକ୍ରବାର ରାତିରେ ଘରେ ଛାଡ଼ିବାବେଳେ ପୁଲିସ୍‌ ତାଙ୍କ ପରିବାରକୁ କରିଛି ଟ୍ୟୁସନ୍‌ । ଯାହାର ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି ।

୧୪ ମିନିଟ୍‌ ୫୨ ସେକେଣ୍ଡ୍‌ର ଏହି ଭିଡିଓରେ ପୁଲିସ ଅଧିକାରୀମାନେ କରିଛନ୍ତି ଆରିୟାଙ୍କ ପରିବାର ଓ ପରିବାର ଲୋକଙ୍କ ମାଇଣ୍ଡ ୱାସ୍‌ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ସେମାନଙ୍କ ମୁହଁ ଚୁପ୍‌ ରଖିବାକୁ କରିଛନ୍ତି ଯଥେଷ୍ଟ ଉଦ୍ୟମ । ଅଧିକାରୀମାନେ ପରିବାର ଲୋକଙ୍କ ଆସ୍ଥାଭାଜନ କରିବା ଭଳି ଧୀର ସୁସ୍ଥ ଭାବେ ବୁଝାଇଥିବାର ଭିଡିଓ ଭାଇରାଲ୍‌ ହେବା ପରେ ଏବେ ପ୍ରଶ୍ନ ଉଠିଛି ଏ ଜମି ଏବଂ ଟଙ୍କା କେଉଁ ସୂତ୍ରରେ କେଉଁଠାରୁ ମିଳିବ। ଏମିତି ବୁଝାଇ ସାରିବା ପରେ ଅଧିକାରୀମାନେ କହୁଛନ୍ତି ଯେ, ଯିଏ ଦୋଷ କରିଛି ସେ ଦଣ୍ଡ ପାଇବ ।

ଆମେ ପୁଲିସ ଚାକିରି କରୁଛୁ । ସେମାନଙ୍କୁ ସପୋର୍ଟ କରୁନୁ । କିନ୍ତୁ ଶେଷରେ ବାବୁମାନେ କହିଦେଉଛନ୍ତି ଯେ, ଏସବୁ ଯୋଗାଇ ଦେବାକୁ ଆମେ ଚେଷ୍ଟା କରିବୁ । ଏହି ଚେଷ୍ଟା କରିବାର ପ୍ରତିଶ୍ରୁତି ସମସ୍ତଙ୍କୁ ଆବାକ୍‌ କରିଛି । ଭାଇରାଲ୍‌ ଭିଡିଓ ଦେଖି ପୁଲିସ ନିଜ ଦୋଷ ଦୁର୍ବଳତାକୁ ଘୋଢାଇବାକୁ ଏପରି ଷଡ଼ଯନ୍ତ୍ର କରୁଥିବା ନେଇ ଅଭିଯୋଗ ହେଉଛି ।

   ସମ୍ବନ୍ଧିତ ଖବର


ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

ହ୍ବାଟସଆପ୍ ମେସେଜରେ ଆସୁଥିବା ଏହି ଲିଙ୍କ୍ ଉପରେ ଭୁଲରେ ବି କରନ୍ତୁନି କ୍ଲିକ୍, ସରକାର ଜାରି କଲେ ଚେତାବନୀ

ଆଗାମୀ ଦିନରେ ପିଲାଙ୍କ ସିଲାବସ୍‌ରେ ସାମିଲ ହେବ ‘ସାଇବର୍‌ ସିକ୍ୟୁରିଟି’ ବିଷୟ : ବିଦ୍ୟାଳୟସ୍ତରରୁ ଆରମ୍ଭ ହେବ ସଚେତନତା

ଉଗ୍ରରୂପ ନେଉଛି କୃଷକ ଆନ୍ଦୋଳନ, ଦିଲ୍ଲୀର ୯ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବାକୁ ଅନୁମତି ମାଗିଲା ପୋଲିସ…