PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବାରବାଟୀରେ ଫ୍ଲପ୍ ହେବେ କୋହଲି! କହୁଛି ଅତୀତର ଏହିସବୁ ରେକର୍ଡ୍

କଟକ, ୨୧|୧୨:   ଭାରତୀୟ ଦଳ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ଜିତି ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ କିନ୍ତୁ ବରବାଟୀ ଷ୍ଟାଡିୟମରୁ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ଆସୁଛି। ଉଭୟ ଦଳ ଏବେ ୧-୧ରେ ସିରିଜକୁ ବରାବର ରଖିଛନ୍ତି। ଗତ ମ୍ୟାଚରେ ଭାରତ ଦମଦାର ବିଜୟଲାଭ କରିଥିଲା। ହିଟମ୍ୟାନ୍ ରୋହିତ ଶର୍ମା ଆକର୍ଷଣୀୟ ବ୍ୟାଟିଂ କରି ୧୫୯ ରନ୍ କରିଥିଲେ। କିନ୍ତୁ ଅଧିନାୟକ ବିରାଟ କୋହଲି ବିନା କୌଣସି ରନରେ ପ୍ୟାଭିଲିଅନ ଫେରିଥିଲେ। ପୂର୍ବ ରେକର୍ଡ ଦେଖିଲେ କୋହଲିଙ୍କ ବାରବାଟୀରେ ରେକର୍ଡ ବହୁତ ଖରାପ ରହିଛି।

ବିରାଟଙ୍କ ପାଇଁ କଟକର ବାରବାଟୀ ଷ୍ଟାଡିୟମ ସେତେଟା ଭଲ ନୁହେଁ। ଏହି ଷ୍ଟାଡିୟମରେ କୋହଲି ମୋଟ୍ ୩୪ ରନ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୨୨ ରହିଛି। ସେ ଖେଳଥିବା ୪ଟି ମ୍ୟାଚରେ ଯଥାକ୍ରମେ ୩,୧,୨୨,୮ ରନ୍ କରିଛନ୍ତି। ୩୪ ରନ ପାଇଁ ସେ ୩୩ଟି ବଲର ସାମ୍ନା କରିଛନ୍ତି। କେବଳ ଏତିକି ନୁହେଁ ଭାରତର କୌଣସି ଷ୍ଟାଡିୟମରେ ଏହା ହେଉଛି ବିରାଟଙ୍କ ସବୁଠାରୁ ଖରାପ ପ୍ରଦର୍ଶନ।

୨୯ ନଭେମ୍ବର, ୨୦୧୧ରେ ଏଠାରେ ଭାରତ ଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳିଥିଲା। ବିରାଟ କୋହଲି ମାତ୍ର ୩ ରନ କରିଥିଲେ। ସେ କେମାର୍ ରୋଚଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ସେହିପରି ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବିରାଟ ୨୧ ବଲରେ ୨୨ ରନ କରିଥିଲେ। ଏହି ମ୍ୟାଚରେ ସେ ୩୮ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କୁ ସୁରଜ ରଣଦୀପ ଆଉଟ କରିଥିଲେ।

ଏତତ୍ ବ୍ୟତୀତ, ୫ ଅକ୍ଟୋବର ୨୦୧୫ରେ ସାଉଥ ଆଫ୍ରିକା ବିପକ୍ଷ ଟି୨୦ରେ ମାତ୍ର ୧ ରନ କରି ଆଉଟ ହୋଇଥିଲେ। ରୋହିତଙ୍କ ସହ ତାଳମେଳ ଅଭାବରୁ ସେ ଦ୍ୱିତୀୟ ରନ୍ ପୁରା କରିପାରି ନଥିଲେ। ଏହି ମ୍ୟାଚରେ ଭାରତ ମାତ୍ର ୯୨ ରନରେ ଅଲଆଉଟ ହୋଇଥିଲା।  

ସମ୍ବନ୍ଧିତ ଖବର