PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ମହାନଦୀ ଜୋବ୍ରା ଆନିକଟରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ପ୍ରେମ ବ୍ୟାପାରକୁ ନେଇ ହତ୍ୟା ଅଭିଯୋଗ

କଟକ, ୦୫/୦୮ : ଖ୍ରୀଷ୍ଟ ମହାବିଦ୍ୟାଳୟର ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର। କଟକ ମହାନଦୀ ଜୋବ୍ରା ଆନିକଟରୁ ମିଳିଲା ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ। ମୃତଦେହକୁ ଚିହ୍ନଟ କଲେ ତୁଷାରଙ୍କ ପରିବାର ଲୋକେ। ପ୍ରେମ ବ୍ୟାପାରକୁ ନେଇ ତୁଷାରଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ତୁଷାରଙ୍କ ପରିବାର ଲୋକେ। ନିଖୋଜ ନେଇ ପରିବାର ପକ୍ଷରୁ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏସପି ଶେଖ୍ ଫରିକୁଦ୍ଦିନ୍ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଗତ ମଙ୍ଗଳବାର ସନ୍ଧ୍ୟାରେ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ସାହୁ ତାଙ୍କର କିଛି ପୁଅ ସାଙ୍ଗ ଓ ଝିଅ ସାଙ୍ଗଙ୍କ ସହ ଇଣ୍ଡୋର ଷ୍ଟାଡିୟମ ନିକଟରେ କଥାବାର୍ତ୍ତା ହୋଇଥିଲେ। ଏହାପରେ ଘରକୁ ଫେରି ନିଜ ସ୍କୁଟି ନେଇ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ଘର ଲୋକ ବାରମ୍ବାର ତାଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାଙ୍କର ଫୋନ୍ ସୁଇଚ୍ ଅଫ୍ ରହିଥିଲା। ଗତ ୩ ତାରିଖ ରାତିରେ ତୁଷାରଙ୍କ ସ୍କୁଟି ମହାନଦୀ ମଧୁସୂଦନ ସେତୁ ନିକଟରୁ ଉଦ୍ଧାର କରାଯାଇଥିଲା। ଆଜି ମହାନଦୀ ଜୋବ୍ରା ଆନିକଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ବ୍ୟାପାରକୁ ନେଇ ତୁଷାରଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।