
କଟକ- କଟକରେ ହେବାକୁ ଥିବା ନୂଆ ବର୍ଷ ଟର୍ମିନାଲ୍ ନେତାଜୀଙ୍କ ନାମରେ ନାମିତ କରାଯିବ । ଏହି ଆନ୍ତରାଜ୍ୟ ବସ୍ ଟର୍ମିନାଲ୍ ହେବ । ଏଠାରେ ଯାତ୍ରୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିପାରିବେ । ୧୨ କର ଜମିରେ ପ୍ରାୟ ୬୫ କୋଟି ଟଙ୍କାରେ ଏହି ବସ୍ ଟର୍ମିନାଲ୍ ନିର୍ମାଣ କରାଯିବ ।
ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାମରେ ଏହି ବସ୍ ଟର୍ମିନାଲ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୫ଟି ଅଧିନରେ ଏହାକୁ ଗ୍ରହଣ କରାଯାଇଛି । ବାଦାମବାଡିରେ ଏବେ ବିଭିନ୍ନ ଆନ୍ତ ରାଜ୍ୟ ବସ୍ ଯାତ୍ରୀ ଏବଂ ବସ ସଂଖ୍ୟା ବୃଦ୍ଧି ହେବାରୁ ବିଭିନ୍ନ ଅସୁବିଧା ହେଉଛି । ଏଥିପାଇଁ ଖାନ୍ ନଗରରେ ନୂଆ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯିବ ।
ଏହି ବସ୍ ଷ୍ଟାଣ୍ଡରେ ନେତାଜୀଙ୍କ ଜୀବନୀ ସମ୍ପର୍କୀତ ବିଭିନ୍ନ ଫଟୋଚିତ୍ର ପ୍ରଦର୍ଶନ କରାଯିବ ।