PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ- କାଳବୈଶାଖୀର ତାଣ୍ଡଵ। ସେରଗଡ ବ୍ରାହ୍ମଣଛାଇ ଗାଁରେ ଗଛ ପଡି ଦୁଇ ମୃତ
  • ||
  • ବରିଷ୍ଠ ବିଜେଡି ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ବିଧାୟକା
  • ||
  • ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ଆକ୍ରମଣର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଉପବାସ
  • ||
  • ପଶ୍ଚିମବଙ୍ଗ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି
  • ||
  • କୋଭିଡ୍ ମୁକାବିଲା ପାଇଁ ୫୦ ହଜାର କୋଟି ଦେବ ଆର୍‌ବିଆଇ
  • ||
  • ବଲାଙ୍ଗୀର: ଡେଲିମାର୍କେଟରେ ସଂଘବଦ୍ଧ ଭାବେ ପରିବା ବିକ୍ରି କରିବାକୁ ପ୍ରଶାସନ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ପରିବା ଫିଙ୍ଗିଲେ ବେପାରୀ, ପୁଲିସ ଏବଂ ମ୍ୟୁନିସିପାଳିଟି ପକ୍ଷରୁ ବୁଝାମଣା ଜାରି
  • ||
  • ଗୁଡ଼ଭେଲା: ବିଦ୍ୟୁତ ଖୁଣ୍ଟକୁ ପଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ହାଇଦ୍ରାବଦରୁ ଫେରୁଥିଲେ ପ୍ରବାସୀ ଶ୍ରମିକଙ୍କ ୧୨ ବର୍ଷର ଝିଅ, ସୀମାନ୍ତ ମୋଟୁରେ ଚାଲିଗଲା ଜୀବନ
  • ||
  • ଉପକୂଳରେ ତାତି ଉଭାନ୍‌, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
  • ||
  • ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଓଡ଼ିଶାରେ ଚିହ୍ନଟ ହେଲେ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ, ଆଖିବୁଜିଲେ ୧୬ ଜଣ ସଂକ୍ରମିତ
  • ||
  • ଓଡ଼ିଶା: ଆଜିଠୁ ରାଜ୍ୟବ୍ୟାପୀ ୧୪ ଦିନିଆ ‘ଲକଡାଉନ୍‌,’୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
  • ||

କଟକପଡ଼ାରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ବୋମା ମାଡ଼: ୨ ଆହତ

ବ୍ରହ୍ମଗିରି,୨୯/୦୮:ବ୍ରହ୍ମଗିରି ଥାନା ଅନ୍ତର୍ଗତ କଟକପଡ଼ା ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ମୁଖାପିନ୍ଧାଧାରୀଙ୍କ ବୋମା ମାଡରେ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଯୁବକ ହେଲେ କଟକପଡ଼ାର ନନ୍ଦ ହେରା ଓ ଅନ୍ୟଜଣେ ଗ୍ରାମରେ ଭଡ଼ାରେ ରହୁଥିବା ବାଘମୁଣ୍ଡାର ନିରଞ୍ଜନ ସେଠୀ । ବୋମା ଫିଙ୍ଗିବା ପରେ ମୁଖାଧାରୀ ଅଜଣା ଯୁବକଦ୍ୱୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ବ୍ରହ୍ମଗିରି ପୁଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।

ସୂଚନା ଅନୁସାରେ ଶୁକ୍ରବାର କଟକପଡ଼ା ଗ୍ରାମରେ ଗଣେଶ ଭସାଣି ନିରାଡମ୍ବର ଭାବେ ଅଳ୍ପ ଯୁବକଙ୍କ ଦ୍ୱାରା ହୋଇଥିଲା। ସମସ୍ତେ ଯିଏ ଯୁଆଡେ ଘରକୁ ଯାଇଥିଲେ । ତେବେ ନନ୍ଦ ଓ ନିରଞ୍ଜନ ଗାଁ ଛକରେ ଥିବା ଏକ ଦୋକାନ ନିକଟରେ ଛିଡ଼ା ହୋଇଥିବାବେଳେ ଦୁଇଜଣ ଯୁବକ ମୁହଁରେ ମୁଖା ପିନ୍ଧି ଏକ ବାଇକ୍‌ ଯୋଗେ ସେଠାରେ ପହଞ୍ଚିଥିଲେ । କେହି କିଛି ଭାବିବା ପୂର୍ବରୁ ଲଗାତର ୩ଟି ବୋମା ନନ୍ଦ ଓ ନିରଞ୍ଜନଙ୍କ ଉପରକୁ ଫିଙ୍ଗିଥିଲେ। ଦୁର୍ବୃତମାନେ କିଏ ଓ କାହିଁକି ବୋମା ଫିଙ୍ଗିଥିଲେ ସେ ସମ୍ପର୍କରେ ଜଣାପଡ଼ିନାହିଁ। ଅନ୍ୟ ପକ୍ଷରେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।ଏଭଳି ଘଟଣା ବ୍ରହ୍ମଗିରିରେ ଦିନକୁ ଦିନ ବଢିଚାଲିଥିବାସ୍ଥଳେ ଏହା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।