ପୁଅର କଟୁରୀ ଚୋଟରେ ଚାଲିଗଲା ମାଆର ଜୀବନ, ହତ୍ୟାକାରୀ ପୁଅ ଅଟକ

କଟକ, ୨୬/୦୧ : ମାଆକୁ ହାଣି ହତ୍ୟା କଲା ପୁଅ। କଟକ ବିଡ଼ାନାସୀ ଥାନା ଅନ୍ତର୍ଗତ କନିକା ଛକରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ମୃତକ କନିକା ରାଜ ପରିବାରର ହୋଇଥିବା ସୂଚନା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବିଡ଼ାନାସୀ ଥାନା ଅନ୍ତର୍ଗତ କନିକା ଛକରେ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ମାଆ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ପୁଅ ଉତ୍କ୍ଷିପ୍ତ ହୋଇ ମାଆକୁ କଟୁରୀରେ ହାଣି ହତ୍ୟା କରିଛି ପୁଅ । ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଛାନ୍ଭିନ୍ ଜାରି ରଖିଛି । ହତ୍ୟାକାରୀ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।