PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବଦଳିବ ବଡ଼ ମେଡିକାଲ ଚତୁଃପାର୍ଶ୍ବ ଚେହେରା: ରିଙ୍ଗ୍‌ରୋଡ୍‌ରୁ ସିଧା ଏସ୍‌ସିବିକୁ ଲିଙ୍କ ହେବ ୬ ଲେନ୍‌ ରାସ୍ତା

source:http://www.odishabytes.com

ଭୁବନେଶ୍ୱର ୧୨/୧୨: ବଦଳିବ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡିକାଲ କଲେଜ (ଏସ୍‌ସିବି) ଚେହେରା। ପୂରାକୁ ପୂରା ନବକଳେବର ହେବ। ଏହାକୁ ବିଶ୍ୱସ୍ତରୀୟ ହସ୍ପିଟାଲର ରୂପ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ନିର୍ମାଣ ହେବ ବିରାଟ ଅଟ୍ଟାଳିକା। ସବୁ ଯାକ ବିଭାଗ ଗୋଟିଏ ଛାତ ତଳେ ରହିବ। ଖାଲି ହସ୍ପିଟାଲ ନୁହେଁ, ଏହାର ଚାରିପାଖ ରାସ୍ତାଘାଟ ଚେହେରା ବି ବଦଳିଯିବ। ଏକଦମ୍‌ ଚକାଚକ୍‌ ହେବ ରାସ୍ତା। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପୂର୍ତ୍ତ ବିଭାଗ।

ମିଳିଥିବା ସୂଚନା ମୁତାବକ, ଏସ୍‌ସିବିର ଦୁଇ ପାଶ୍ୱର୍ ପ୍ରବେଶ ପଥ ଚକାଚକ୍‌ ହେବ। ମଙ୍ଗଳାବାଗ ପାଶ୍ୱର୍ ରାସ୍ତା ଆଉ ମୁଖ୍ୟ ପ୍ରବେଶ ପଥ ହୋଇ ରହିବନି। ଆଗାମୀଦିନରେ ରିଙ୍ଗ୍‌ରୋଡରୁ ସିଧା ଏସ୍‌ସିବିକୁ ଓସାରିଆ ବାଟ ଫିଟିବ। ରିଙ୍ଗ୍‌ରୋଡ୍‌ ପାଶ୍ୱର୍ ହିଁ ହେବ ଏସ୍‌ସିବିର ମୁଖ୍ୟ ପ୍ରବେଶ ପଥ । ଗାଡ଼ିମୋଟର, ଆମ୍ବୁଲାନ୍ସ ରିଙ୍ଗରୋଡରୁ ସିଧା ମେଡିକାଲ ଭିତରକୁ ଆରାମରେ ଯା’ଆସ କରିପାରିବ। ଏଥିପାଇଁ ରାସ୍ତା ପ୍ରଶସ୍ତିକରଣ କରାଯିବ। ଏହି ରାସ୍ତା ୪ ଲେନ୍‌ କିମ୍ବା ୬ ଲେନ୍‌ ହେବ। ଏଥିପାଇଁ ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜ (ବୋସ୍‌) ଖେଳ ପଡ଼ିଆର କିଛି ଅଂଶ ରାସ୍ତା ପ୍ରଶସ୍ତିକରଣ ପାଇଁ ଯାଇପାରେ। ଏହା ବଦଳରେ ଉକ୍ତ ଶିକ୍ଷାନୁଷ୍ଠାନକୁ ମହାନଦୀ ପଠାରେ ନୂଆ ଖେଳ ପଡ଼ିଆ ଲାଗି ପର୍ଯ୍ୟାପ୍ତ ଜାଗା ଦିଆଯିବା ଯୋଜନା ଅଛି । ମେଡିକାଲକୁ ରିଙ୍ଗରୋଡରୁ ପ୍ରଶସ୍ତ ରାସ୍ତା ଫିଟିବା ପରେ ମଙ୍ଗଳବାଗ ରାସ୍ତାରେ ଭିଡ଼ କମିଯିବ।

ତାଳଦଣ୍ଡା କେନାଲ୍‌ କଡ଼ ଦେଇ ମେଡିକାଲକୁ ଆସିଥିବା ରାସ୍ତା ମଧ୍ୟ ନୂଆ ରୂପ ନେବ। ଜୋବ୍ରା ପାଖରୁ ରାଣୀହାଟ ପର୍ଯ୍ୟନ୍ତ (ମେଡିକାଲ ଗେଟ୍‌ ପାଖ) ତାଳଦଣ୍ଡା କେନାଲ୍‌ର ଦୁଇ ପାଶ୍ୱର୍ ରାସ୍ତା ଚଉଡ଼ା ହେବ। କେନାଲର ଉଭୟ ପାଶ୍ୱର୍କୁ ୩ ଲେନ୍‌ ଲେଖାଏଁ ଚଉଡ଼ା କରାଯିବ। ଏଭଳି ଭାବେ ମୋଟ ୬ ଲେନ୍‌ ରାସ୍ତା ବାହାରିବ। ବର୍ତ୍ତମାନ ଏହି ରାସ୍ତା ସଙ୍କୁଚିତ ହୋଇ ଥିବାବେଳେ ଅନେକ ଜାଗାରେ ଜବରଦଖଲ ମାଡ଼ି ବସିଛି । ରାସ୍ତା ପ୍ରଶସ୍ତିକରଣ ପୂର୍ବରୁ ଜବରଦଖଲ ହଟାଯିବ ।
ନିକଟରେ କଟକ ମେଡିକାଲ କଲେଜର ଭିତ୍ତିଭୂମି ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଦୁଇ ଶହ ବର୍ଷ ତଳର ଏ ମେଡିକାଲ କଲେଜକୁ ଏମସ୍‌ ପ୍ଲସ ଅନୁଷ୍ଠାନ ଭାବେ ବିକଶିତ କରିବାକୁ ଘୋଷଣା କରାଯାଇଛି। ଏହାକୁ ନୂଆ ରୂପ ଦେବା ପାଇଁ ପୂର୍ତ୍ତ ବିଭାଗ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ, ବଡ଼ ମେଡିକାଲ ପରିସରରେ ବିରାଟ ଅଟ୍ଟାଳିକା ନିର୍ମାଣ ହେବ। ଗୋଟିଏ ଛାତତଳେ ରୋଗୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ। ସବୁ ଯାକ ବିଭାଗ ଗୋଟିଏ କୋଠାରେ ରହିବ। ମେଡିକାଲ କ୍ୟାମ୍ପସ ଭିତରେ ଥିବା ଖେଳ ପଡ଼ିଆ ଜମିରୁ କିଛି ଏଥିପାଇଁ ବ୍ୟବହୃତ ହେବ। ଏହା ବଦଳରେ ମହାନଦୀ ପଠାରେ ଉନ୍ନତମାନର ଖେଳ ପଡ଼ିଆ ବ୍ୟବସ୍ଥା କରିବା ଯୋଜନା ରହିଛି। ଏହି ବିଶ୍ୱସ୍ତରୀୟ ହସ୍ପିଟାଲ ନିର୍ମାଣ ପାଇଁ ମେଡିକାଲ ପଡ଼ିଆ ପାଖରେ ଥିବା ୬୦/୭୦ ବର୍ଷର ଆଜବେଷ୍ଟସ ଘରଗୁଡ଼ିକୁ ମଧ୍ୟ ଭଙ୍ଗାଯିବ। ପ୍ରାୟ ୩୦ ମହଲା ପର୍ଯ୍ୟନ୍ତ ଅଟ୍ଟାଳିକା ନିର୍ମାଣ କରାଯିବା ସମ୍ଭାବନା ରହିଛି।

କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ ରୂପ ଦେବା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି। ଏହି ପ୍ରକଳ୍ପରେ ସହାୟତା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପୂର୍ବତନ ଚିଫ୍‌ ଆର୍କିଟେକ୍‌ ଡକ୍ଟର ଚନ୍ଦ୍ରଶେଖରଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ସେ ପ୍ରକଳ୍ପର କନସଲଟାଣ୍ଟ ନିଯୁକ୍ତିରୁ ନେଇ ପୂରା ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ବାଟ ଦେଖାଇବେ। ଖୁବଶୀଘ୍ର ଏହି ପ୍ରକଳ୍ପ ଲାଗି ଏକ କନସଲଟାଣ୍ଟ ସଂସ୍ଥା ନିଯୁକ୍ତ କରାଯିବ। ଏଥିପାଇଁ ଆଗ୍ରହୀମାନଙ୍କ ଆବେଦନ ଆହ୍ୱାନ କରାଯାଇଛି । କନସଲଟାଣ୍ଟ ପ୍ରକଳ୍ପର ପ୍ଲାନ, ଡିଜାଇନ୍‌ ପ୍ରସ୍ତୁତ କରିବ। ପ୍ରକଳ୍ପ କାମକୁ ତଦାରଖ ମଧ୍ୟ କରିବ।