କିଏ ହେବ କଂଗ୍ରେସ ସଭାପତି ? ସିଡବ୍ଲୁସି ବୈଠକରେ ସୋନିଆ ନେବେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ ୨୪।୮: କାହା ହାତରେ ରହିବ କଂଗ୍ରେସ ମଙ୍ଗୁଆଳ ପଦବୀ ? କାହା ନିର୍ଦ୍ଦେଶରେ ଗଢାହେବ କଂଗେସ ଭାଗ୍ୟ ଓ ଭବିଷ୍ୟତ ? ଗାନ୍ଧୀ ପରିବାର ହାତରୁ ଚାଲିଯିବକି ଏହି ପାଓ୍ବାର ପୋଷ୍ଟ ? କାରଣ ଦେଶ ସ୍ବାଧୀନ ହେବା ଠାରୁ ଲଗାତାର ଭାବରେ ଗାନ୍ଧି ପରିବାର ହାତରେ ରହିଆସିଛି କଂଗ୍ରେସର ଏହି ମୁଣ୍ଡିଆଳ ପଦ । ଏବେ ଏହି ଦୀର୍ଘ ଦିନର ପରମ୍ପରାରେ ପଡିବକି ପୂର୍ଣ୍ଣଛେଦ ? ଏବେ ଦେଶବାସୀଙ୍କ ମନରେ ଉଙ୍କି ମାରୁଛି ଏଭଳି କିଛି ପ୍ରଶ୍ନ ।

ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ସୋନିଆ ଗାନ୍ଧୀ ଇସ୍ତଫା ଦେଉଥିବା ଚର୍ଚ୍ଚା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଆଜି ଏନେଇ ବସିବ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ । ଲଗାତାର ଦୁଇଥର ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ଫଳାଫଳ ପରେ ଗତ ସାଧାରଣ ନିର୍ବାଚନ ପରଠାରୁ ଏହି ପଦବୀକୁ ନେଇ ଆରମ୍ଭ ହୋଇଛି ହଟଚମଟ । ଗତ ସାଧାରଣ ନିର୍ବାଚନରେ ଫଳାଫଳ ପାଇଁ ନିଜକୁ ଦାୟୀ କରି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ । ଏହା ପରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦକୁ ସାମୟିକ ଭାବରେ ଗ୍ରହଣ କରିଥିଲେ ସୋନିଆ ।

ଏବେ ଏହି ପଦବୀକୁ ନେଇ ଆଗକୁ ଚାଲିବାକୁ ସୋନିଆ ଆଗ୍ରହ ପ୍ରକାଶ କରୁନଥିବା ଚର୍ଚ୍ଚା ହେଉଛି । ତେବେ ଦଲର କେତେକ ନେତା ସୋନିଆଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ଚାହୁଁଥିବା ବେଳେ ଆଉକିଛି ନେତା ଦଳର କିଛି ବରିଷ୍ଠ .ନେତାଙ୍କୁ ନେଇ ସ୍ବପ୍ନ ଦେଖୁଛନ୍ତି । ତେବେ ଏହା ପୂର୍ବରୁ ରାହୁଲ ଏହି ପଦବୀରେ ପୁନର୍ବାର ରହିବେ ନାହିଁ ବୋଲି ସ୍ପଷ୍ଟ କରିସାରିଥିବା ମଧ୍ୟ ସୂଚନା ମିଳିଛି । ଦଳରେ ସଂଗଧନର ବିକାଶ ପାଇଁ ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି । ସେହିଭଳି ଭଉଣୀ ପ୍ରିୟଙ୍କାଙ୍କ ନାଁକୁ ନନେଇ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ସେ ଦଲର ସାଧାରଣ ସଂପାଦକ ଭାବେ କାର୍ଯ୍ୟ ଜାରି ରଖିଛନ୍ତି ।

ସୋନିଆଙ୍କୁ କଂଗ୍ରେସର ୨୩ ନେତାଙ୍କ ଚିଠି ପରେ ଏହି ଘମାସାନ ଆରମ୍ଭ ହୋଇଛି । ଏନେଇ ଆଜି ବସୁଛି ଦଳର କାର୍ଯ୍ୟକାରୀ କମିଟି ବୈଠକ । ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ଦଲର କିଛି ବରିଷ୍ଠ ନେତା ବୈଠକରେ ଯୋଗଦେବେ ବୋଲି ଜଣାପଡିଛି । ବୈଠକରେ ସୋନିଆ କିଛି ବଡ ନିଷ୍ପତ୍ତି ନେଇପାରନ୍ତି । କାହା ହାତରେ ଫିଟିବ ହାତର ନିର୍ମଳ ଭାଗ୍ୟରେଖା ସେ ନେଇ ହେଉଥିବା ଅପେକ୍ଷାର ଅନ୍ତ କରିବେ ସୋନିଆ ।

   ସମ୍ବନ୍ଧିତ ଖବର


ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା

ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍‌ ନିର୍ମାଣ କରିବ ଚୀନ୍‌ : ଭାରତ ଓ ବାଂଲାଦେଶର ବଢ଼ିଲା ଚିନ୍ତା