PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣାଗଡ: ପାଟଣାଗଡ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ
  • ||
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଏନଟିପିସି ସିଆଇଏସଏଫ୍ ଯବାନଙ୍କ ଠାରୁ ଦୁଇ ଲକ୍ଷ ଲୁଟ୍, ପଶ୍ଚିମବଙ୍ଗରୁ ସାଇବର ଠକକୁ ବାନ୍ଧିଲା ଅନୁଗୁଳ ପୁଲିସ୍

ଅନୁଗୁଳ ୨୫/୨:  ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ୟୁନିଟ୍‌ର ଜଣେ ହେଡ୍ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ଠାରୁ  ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାରେ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଗିରଫ ସାଇବର ଲୁଟେରା ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଜିଲ୍ଲା ପାଣ୍ଡବେଶ୍ୱର ଥାନା ଇଲାକା ଦୁଲରବନ୍ଧ ଗ୍ରାମର ମନିର ମିଆ (୨୬) ବୋଲି ପୁଲିସ୍ ପ୍ରକାଶ କରିଛି । ତା ପାଖରୁ ଏକ ମୋବାଇଲ ଫୋନ୍ ପୁଲିସ୍ ଜବତ କରିଛି । ଲୁଟ୍ ଟଙ୍କାରେ ମୋବାଇଲ କିଣା ଯାଇଥିବାବେଳେ ମନିର୍ ଏହା ବ୍ୟବହାର କରୁଥିଲା । ଗୁରୁବାର ତାକୁ କୋର୍ଟଚାଲାଣ କରାଯାଇଛି । ଘଟଣାର ଅଧିକ ଖୋଳତାଡ ଚାଲିଛି ବୋଲି ପୁଲିସ୍ କହିଛି।

ପ୍ରକାଶ ଯେ, ଫୋନ୍ ପେ ଜରିଆରେ ପତ୍ନୀଙ୍କ ପାଖକୁ ଟଙ୍କା ପଠାଉଥିବା ବେଳେ ସେ ଠକ ହାବୁଡ଼ରେ ପଡ଼ିଥିଲେ । ସାଇବର ଅପରାଧୀ ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୪ ହଜାର ୯୯୦ ଟଙ୍କା ଲୁଟି ନେଇଥିଲେ । ଏନେଇ ଏନ୍‌ଟିପିସି ଥାନାରେ ଲିଖିତ ଅଭିଯୋଗ ହେବା ପରେ ଜାଣିବାକୁ ପାଇଥିଲେ ପୁଲିସ୍ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି। ଗତ ୩୦ ତାରିଖରେ ଏହି ଘଟଣା ନେଇ ପୁଲିସ୍ ମାମଲା ରୁଜ୍ଜୁ କରିଥିଲା। ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ସାଇବର ଠକେଇର ତଦନ୍ତ ଚଳାଇଛି।