ସାଇବର ଠକେଇର ଶିକାର ହେଲେ ସେନା କର୍ମଚାରୀ: ବିମାନ ଟିକେଟ୍ କ୍ୟାନ୍ସଲ କରିବା ନାଁରେ ଲୁଟିନେଲେ ଲକ୍ଷେ ୬୩ ହଜାର ଟଙ୍କା

ପାଟକୁରା,୨୩/୦୧: ପାଟକୁରା ଥାନାଅଞ୍ଚଳରେ ଜଣେ ସେନା ବିଭାଗ କର୍ମଚାରୀ ୧ଲକ୍ଷ ୬୩ ହଜାର ସାଇବର ଠକାମିର ଶିକାର ହେଇଥିବା ପାଟକୁରା ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗରୁ ଜଣାଯାଇଛି ଯେ, ସ୍ଥାନୀୟ କୋରୁଆ ଗ୍ରାମର ମହେଶ୍ୱର ସାହୁ ସିଆରପିଏଫ ଯବାନ ଭାବେ ଜମ୍ମୁ କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ସେ ଛୁଟିରେ ଘରକୁ ଆସିଥିଲେ । ଆସନ୍ତା ଫେବ୍ରୁଆରୀ ମାସ ୫ତାରିଖରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସେ ଇଣ୍ଡିଗୋ ବିମାନରେ ଯିବା ନିମନ୍ତେ ଅନକଲାଇନରେ ଟିକେଟ ବୁକିଂ କରିଥିଲେ । ତେବେ ଅନିବାର୍ଯ୍ୟ କାରଣ ବଶତଃ ସେ ଟିକେଟ ବାତିଲ କରିବା ପାଇଁ ଇଣ୍ଡିଗୋ କମ୍ପାନିକୁ ଅନ୍ଲାଇନରେ ମେସେଜ୍ ପଠାଇଥିଲେ । ୮/୧୦ ଦିନ ବିତି ଯିବା ପରେ ମଧ୍ୟ ସେ ପଇଠ କରିଥିବା ଟିକେଟ ଟଙ୍କା ନ ଫେରିବାରୁ ଭୁବନେଶ୍ୱର ସ୍ଥିତ ଇଣ୍ଡିଗୋ ବିମାନ ସେବା କମ୍ପାନିକୁ ୯୮୮୩୧୨୪୩୬୬ ନଂ.ରେ ଟଙ୍କା ଫେରସ୍ତ ଡେରି ହେବାରୁ ପଚାରି ବୁଝିଥିଲେ ।କମ୍ପାନିର ଫୋନ ନଂ.ରେ କଥା ହେଉଥିବା କର୍ମଚାରୀ ଜଣକ ମହେଶ୍ୱରଙ୍କୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନଂ.ମାଗିଥିଲେ ।
ମହେଶ୍ୱର ସଙ୍ଗେ ସଙ୍ଗେ ତାଙ୍କର ବ୍ୟକ୍ତିଗତ ଏକାଉଣ୍ଟ ଥିବା କୋରୁଆ ଷ୍ଟେଟ୍ ବ୍ୟାଙ୍କ ଶାଖାଓ ଏଚ୍ଡିଏଫ୍ସି ବ୍ୟାଙ୍କ ବିଲହାଟର ଏକାଉଣ୍ଟ ନଂ. ଓ ଆଇଏଫସି କୋଡ୍ ଗୁଡ଼ିକ ଜଣାଇଥିଲେ । ୨୦ ତାରିଖ ମହେଶ୍ୱରଙ୍କ ଷ୍ଟେଟ୍ବ୍ୟାଙ୍କ କୋରୁଆ ଶାଖାରୁ ୨୪ହଜାର ଓ ଏଚ୍ଡିଏଫ୍ସି ବିଲହାଟ ଶାଖାରୁ ୧ଲକ୍ଷ ୩୯ହଜାର ୨୮୮ ଟଙ୍କା କଟିଯାଇଥିବା ତାଙ୍କ ମୋବାଇଲ ଫୋନ୍କୁ ମେସେଜ ଆସିଥିଲା । ମହେଶ୍ୱର ଅସ୍ତବ୍ୟସ୍ତ ହୋଇ ବ୍ୟାଙ୍କକୁ ଯାଇ ବ୍ୟାଙ୍କର ପରିଚାଳକ ମାନଙ୍କୁପଚାରିବାରୁ ସେମାନେ ସାଇବର ଠକେଇ ହେଇଥିବା ଜଣାଇଥିଲେ । ମହେଶ୍ୱର ଏ ସମ୍ପର୍କରେ ପାଟକୁ ରାଥାନାରେ ଏତଲା ଦେଇଛନ୍ତି । ରିପୋର୍ଟ ଲେଖା ହେଲାବେଳକୁ ପୁଲିସ ସାଇବର ଠକମାନଙ୍କର କୌଣସି ସୁରାକ ପାଇନଥିବା ସୂଚନା ମିଳିଛି ।