PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ହୃଦଘାତରେ ପ୍ରାଣ ହରାଇଲେ ‘ସାଇକେଲ ଗର୍ଲ’ ଜ୍ୟୋତିଙ୍କ ପିତା, ୧୨ଶହ କି.ମି ସାଇକେଲ ଚଲାଇ ଥିଲେ ଚର୍ଚ୍ଚାରେ

ପାଟଣା ୩୧।୫ : ଗତ ବର୍ଷ ନିଜ ପିତାଙ୍କୁ ୧୨୦୦ କିଲୋମିଟର ସାଇକେଲରେ ବସାଇ ଘରକୁ ଆଣି ଚର୍ଚ୍ଚାରେ ଥିଲେ ବିହାରର ‘ସାଇକେଲ ଗର୍ଲ’ ଜ୍ୟୋତି ପାସୱାନ। ଆଜି ତାଙ୍କ ବାପା ମୋହନ ପାସୱାନଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ହୃଦଘାତଣରେ ତାଙ୍କର ମୃତ୍ୟୁ ଘଟିଛି। ଜ୍ୟୋତି ପାସୱାନ୍ ଗତ ବର୍ଷ କରୋନା ଅବଧି ସମୟରେ ତାଙ୍କ ପିତାଙ୍କୁ ଲକଡାଉନ ସମୟରେ ସାଇକେଲରେ ଗୁରୁଗ୍ରାମରୁ ଦରଭଙ୍ଗା ପର୍ଯ୍ୟନ୍ତ ଆଣିଥିବାରୁ ସେ ଚର୍ଚ୍ଚାରେ ଥିଲେ।

ଉଲ୍ଲେଖନୀୟ କଥା ହେଉଛି, ଶେଷ ଲକଡାଉନ୍ ସମୟରେ, ଯେତେବେଳେ ସବୁକିଛି ବନ୍ଦ ହୋଇଯାଇଥିଲା, ସେତେବେଳେ ଲକ୍ଷ ଲକ୍ଷ ଲୋକ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଥିଲେ। ଦରଭଙ୍ଗା ଜିଲ୍ଲାର ସିହଓ୍ବାଡା ବ୍ଲକର ସିରହୁଲି ଗାଁର ୧୩ ବର୍ଷିୟା ଜ୍ୟୋତିଙ୍କୁ ଲକଡାଉନ ସମୟରେ ତାଙ୍କ ପିତା ମୋହନ ପାସୱାନଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ୮ଦିନରେ ଦରଭଙ୍ଗାରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ଜ୍ୟୋତି ଏବେ ନବମ ଶ୍ରେଣୀରେ ପଢୁଛନ୍ତି। ତାଙ୍କର ଦୁଇ ଜଣ ଛୋଟ ଭାଇ ଓ ଜଣେ ସାନ ଭଉଣୀ ଅଛନ୍ତି। ଜଣେ ବଡ଼ ଭଉଣୀଙ୍କ ବିବାହ ହୋଇସାରିଛି। ସେ ନିଜ ସ୍ୱାମୀଙ୍କ ସହ ଏବେ ଜ୍ୟୋତିଙ୍କ ଘରେ ରହୁଛନ୍ତି। ଜ୍ୟୋତି ସାଇକେଲକୁ ନେଇ ନିଜ ଭବିଷ୍ୟତ ଦେଖିଛନ୍ତି। ସେ କହିଛନ୍ତି, ମୋତେ ସାଇକେଲ ରେସ୍‍ରେ ଯିବାର ଅଛି ଓ ସେଥିରେ ହିଁ ନାଁ କରିବି।