ଭୟଙ୍କର ରୂପ ନେଲାଣି ‘ବୁଲବୁଲ୍’ ; ଓଡିଶା-ପଶ୍ଚିମବଙ୍ଗରେ ଆଲର୍ଟ ଜାରି, ଉପକୂଳ ଜିଲ୍ଲାରେ କରିବ କ୍ଷତି

ନୂଆଦିଲ୍ଲୀ,୮।୧୧: ବାତ୍ୟା ‘ବୁଲବୁଲ’ ଆଗାମୀ କିଛି ଘଣ୍ଟା ଭିତରେ ଖୁବ୍ ବିପଦଜନକ ଝଡରେ ପରିଣିତ ହେବାକୁ ଯାଉଛି।  ଭୀଷଣ ସାମୁଦ୍ରିକ ବାତ୍ୟା ‘ବୁଲବୁଲ୍’ ଆଜି ଦିନ ୧୨ଟା ସୁଦ୍ଧା ପାରାଦୀପଠାରୁ ୩୫୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ୧୦ତାରିଖ ସକାଳ ସୁଦ୍ଧା ‘ବୁଲବୁଲ୍’ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ । ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଏବଂ ବାଂଲାଦେଶର ଖେପୁପରା ମଝିରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଅପରାହ୍ନରେ ପବନର ବେଗ ବଢିବ ବୋଲି ଜଣାପଡିଛି।

ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ପ୍ରଭାବରେ ହେବାକୁ ଥିବା ପବନ ଓ ବର୍ଷା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଆଜି ଓ ଆସନ୍ତାକାଲି ୨ଦିନ ୩ ଜିଲ୍ଲା ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ଆସନ୍ତାକାଲି ଆଉ ୬ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ ସ୍କୁଲ୍, କଲେଜ ବନ୍ଦ ଘୋଷଣା କରାଯାଇଛି । ଏହି ସବୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବାତ୍ୟା ‘ବୁଲବୁଲ’ ଯୋଗୁଁ ପ୍ରବଳ ବର୍ଷା ପବନ ହେବାର ସୂଚନା ରହିଛି।

ଗତକାଲି ସନ୍ଧ୍ୟାରୁ ପଶ୍ଚିମବଙ୍ଗରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ମୂଷଳଧାରା ବର୍ଷା ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୧୨ ଘଣ୍ଟାରେ ଧୀରେ ଧୀରେ ଏହା ଉତ୍ତର ପଶ୍ଚିମ ଆଡକୁ ବଢିବାର ଆଶଙ୍କା ରହିଛି।  ୯ ନଭେମ୍ବର ପର୍ଯ୍ୟନ୍ତ ଏହା ଉତ୍ତରକୁ ଆହୁରି ବଢିବ। ଏହାପରେ ଏହା ଉତ୍ତରପୂର୍ବ ପଟକୁ ଫେରିବ ଓ ବାଂଲାଦେଶ-ପଶ୍ଚିମବଙ୍ଗୀ ସୀମାବର୍ତ୍ତୀ ଅଞ୍ଚଳରେ ମାଡହେବ।

ଶନିବାର ପଶ୍ଚିମବଙ୍ଗର ନର୍ଥ ଓ ଦକ୍ଷିଣ ୨୪ ପ୍ରଗଣାରେ ଖୁବ୍ ପ୍ରବଳ ବର୍ଷା ହେବ। ପୂର୍ବ-ପଶ୍ଚିମ ମେଦିନାପୁର, ହାଓ୍ବଡା ଓ ହୁଗୁଳିରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ। ବୁଲବୁଲ ପ୍ରଭାବ​‌ରେ ଘଣ୍ଟା ପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପ୍ରତିଘଣ୍ଟା ପବନ ହେବ।।  ତାରିଖରେ ୧୦୦ରୁ ୧୧୦ କିଲୋମିଟର ପ୍ରତିଘଣ୍ଟା ହିସାବରେ ପବନ ହେବ। ଏହାପରେ ବେଗ ୧୪୫ କିମି ପ୍ରତିଘଣ୍ଟା ପର୍ଯ୍ୟନ୍ତ ହୋଇପାରେ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର