ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ, ୩୦ କୋଟିରୁ ଅଧିକ କ୍ଷତି

ଭୁବନେଶ୍ୱର,୧୨ ।୫(ବ୍ୟୁରୋ): ‘ଫୋନି’ ବାତ୍ୟା ଯୋଗୁଁ ଜଟଣୀସ୍ଥିତ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ବାତ୍ୟାର ପ୍ରକୋପରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକଠୁ ଆରମ୍ଭ କରି ପାଚେରୀ ପର୍ଯ୍ୟନ୍ତ ସବୁଠି କ୍ଷୟକ୍ଷତି ବାରି ହେଉଛି । ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ଲକ୍‌ଠୁ ଆରମ୍ଭ କରି ଏକାଡେମିକ୍‌ ବ୍ଲକ୍‌ର ବିଭିନ୍ନ ବିଭାଗର ପାଖାପାଖି ଦେଢ ଲକ୍ଷ ବର୍ଗଫୁଟ୍‌ ପରିମିତ ଅଞ୍ଚଳ ଭାଙ୍ଗିରୁଜି ଚୁରମାର୍‌ ହୋଇଯାଇଛି

ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ପୃଥକ ପୃଥକ ଗବେଷଣାଗାର(ଲ୍ୟାବ୍‌) ରହିଛି । ସେହି ଲ୍ୟାବ୍‌ଗୁଡିକରେ ଥିବା ବିଭିନ୍ନ ଦାମି ସାମଗ୍ରୀଗୁଡିକ ଭାଙ୍ଗିଯାଇଛି । କମ୍ପ୍ୟୁଟର୍‌ରେ ପାଣି ପଶିଯାଇଛି । କ୍ୟାମ୍ପସ୍‌ ପରିସରକୁ ଆଲୋକିତ କରିବା ପାଇଁ ବିଭିନ୍ନ କୋଣ ଅନୁକୋଣରେ ପୋତା ଯାଇଥିବା ବିଦ୍ୟୁତ ଖୁଣ୍ଟ ଓ ହାଇ ମାଷ୍ଟ୍‌ ଲାଇଟ୍‌ଗୁଡିକ ଭାଙ୍ଗି ଚୁନା ହୋଇଯାଇଛି । କ୍ୟାମ୍ପସ୍‌ ଓ ହଷ୍ଟେଲ୍‌ର ୧୫ ଏକର ଜମିରେ ଥିବା ଗଛଲତାଗୁଡିକ ଭିତରକୁ କିଛି ମୂଳରୁ ଉପୁଡି ଯାଇ ମାଟିରେ ମିଶିଯାଇଥିବା ବେଳେ ଅନ୍ୟ କିଛି ଗଛର ଡାଳ ଭାଙ୍ଗିଯାଇଛି । ହଷ୍ଟେଲ୍‌ ଓ କ୍ଲାସରୁମରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ହଷ୍ଟେଲ୍‌ରେ ପାଖାପାଖି ୩ ହଜାର ଛାତ୍ରଛାତ୍ରୀ ରହୁଛନ୍ତି ।

ବାତ୍ୟା ପରେ ମଧ୍ୟ ସେମାନେ ହଷ୍ଟେଲ ଛାଡିଯିବାକୁ ରାଜି ହୋଇନଥିଲେ । ପାଠପଢା ବ୍ୟାହତ ହେବ ବୋଲି ହଷ୍ଟେଲ୍‌ରେ ରହିବାକୁ ଅଡି ବସିଥିଲେ । ତେଣୁ ହଷ୍ଟେଲ୍‌ରେ ଥିବା ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଡିଜି ସେଟ୍‌ ଚଳାଇ ସେମାନଙ୍କୁ ବିଦ୍ୟୁତ ଓ ପିଇବା ପାଣି ଯୋଗାଇ ଦିଆଯାଉଛି । ତେବେ ପ୍ରାଥମିକ ଆକଳନରୁ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର କ୍ଷତି ୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି