ମହାବାତ୍ୟା ‘ଫୋନି’: ଏବେ ଚେନ୍ନାଇଠାରୁ ୮୮୦ କିଲୋମିଟର ଦୂରରେ ହେଉଛି ଘନୀଭୂତ, ତା’ ପରେ…

ଭୁବନେଶ୍ବର ୩୦।୪: ଏବେ ଚେନ୍ନାଇଠାରୁ ୮୮୦ କିଲୋମିଟର ଦୂରରେ ଘନୀଭୂତ ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଫୋନି ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ। ତାପରେ ଏହା ଓଡ଼ିଶା ଉପକୂଳକୁ ଛୁଇଁବ ବୋଲି କୁହାଯାଇଛି।

ବାତ୍ୟାର ଗତି ପୁରୀ, ଭୁବନେଶ୍ବର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ବାରିପଦା ଓ କଲିକତା ଆଡ଼କୁ ରହିବ। ପୁରୀରେ ପହଞ୍ଚିଲା ବେଳକୁ ‘ଫୋନି’ର ବେଗ ଘଣ୍ଟା ପ୍ରତି ପାଖାପାଖି ୧୩ କିମି ରହିଥିବ। ସ୍ଥଳ ଭାବେ ଛୁଇଁଲା ପରେ ଏହାର ବେଗ ଘଣ୍ଟା ପ୍ରତି ୧୮ କିମି ପର୍ଯ୍ୟନ୍ତ ବଢିପାରେ। ତେଣୁ ପୁରୀରୁ ବାରିପଦାକୁ ସଂଯୋଗ କରୁଥିବା ସରଳ ରେଖାର ପଶ୍ଚିମରେ ଆସୁଥିବା ଜିଲ୍ଲାଗୁଡ଼ିକରେ ପ୍ରଭାବ ଅପେକ୍ଷାକୃତ କମ୍ ପଡ଼ିବ ବୋଲି ବି କୁହାଯାଉଛି। କିନ୍ତୁ ଉତ୍ତର ପଶ୍ଚିମରେ ସବୁଠାରୁ କମ୍ ପ୍ରକୋପ ଥିବା ବେଳେ ଦକ୍ଷିଣ ପୂର୍ବରେ ସବୁଠାରୁ ଅଧିକ ରହିବ। ମହାବାତ୍ୟା ‘ଫୋନି’କୁ ନେଇ ପାଣିପାଗ ବିଭାଗ ଏହି ସୂଚନା ଜାରି କରିଛି।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି