‘ଫନି’: ସାତପଡା ଓ ଚନ୍ଦ୍ରଭାଗା ମଧ୍ୟରେ ଛୁଇଁପାରେ ସ୍ଥଳଭାଗ !

ଭୁବନେଶ୍ବର ୩୦|୪: ୨୪ଘଣ୍ଟା ଭିତରେ ଅତି ପ୍ରବଳ ବାତ୍ୟାରେ ପରିଣତ ହେବ ‘ଫନି’ । ଗତକାଲି ରାତି ୮ଟା ସୁଦ୍ଧା ଚେନ୍ନାଇଠାରୁ ୭୭୦ ଓ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍ ଠାରୁ ୯୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଥିଲା । ବାତ୍ୟା ‘ଫନି’ ଓଡ଼ିଶାରେ ମାଡ ହେବ ବୋଲି ଆଶଙ୍କା କରାଯାଉଛି । ସମୁଦ୍ରରେ ମନ୍ଥର ଗତିରେ ଆଗକୁ ବଢ଼ୁଥିବା ‘ଫନି’ ଗତ କିଛି ଘଣ୍ଟା ହେଲା ୧୧ କିମି ବେଗରେ ଆଗକୁ ବଢ଼ୁଛି ।

ଓଡଶା ମୁହାଁ ‘ଫନି’ ୩ରେ ଛୁଇଁପାରେ ପୁରୀ । ଭୟଙ୍କର ରୂପ ନେଇ ଓଡିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫନି’। ପାଣିପାଗ ବିଭାଗର ପୂର୍ବାନୁମାନ ଯଦି ଠିକ୍ ହୁଏ, ତେବେ ଏହା ମେ’ ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପୁରୀ ସଂଲଗ୍ନ ଉପକୂଳରେ ମାଡ ହେବ । ପୁରୀର ସାତପଡାଠାରୁ ଚନ୍ଦ୍ରଭାଗା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ୍ ଦେଖାଉଛନ୍ତି । ଓଡିଶା ଉପକୂଳ ଓ ତା ପାଖାପାଖି ଅଞ୍ଚଳରେ ୪ ତାରିଖ ପୂର୍ବାହ୍ନ ବେଳକୁ ଏହାର ପ୍ରକୋପ ଟିକିଏ କମିବ । ଏହା ପ୍ରଭାବରେ ୨ ତାରିଖରୁ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଦକ୍ଷିଣ ଓଡିଶାରେ ମଧ୍ୟ ପାଣିପାଗ ବିଭାଗର ଚିତ୍ର ସୂଚାଉଛି ଯେ ‘ଫନି’ ଯେତେ ଆଗକୁ ବଢ଼ୁଛି, ଓଡିଶା ପ୍ରତି ବିପଦ ଆଶଙ୍କା ସେତେ ବଢ଼ୁଛି । ପ୍ରଥମେ ତାମିଲନାଡୁ ପ୍ରତି ବିପଦ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ଏହା ପୁଣି ଦିଗ ବଦଳାଇ ଦେଇ ଓଡିଶାକୁ ମୁହଁ କରିଥିଲା ।

ପାଣିପାଗ ବିଭାଗର ଆକଳନ କହୁଛି, ୩ ତାରିଖ ରାତିରେ ପୁରୀର ସାତପଡା ଓ ଚନ୍ଦ୍ରଭାଗା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ପରେ ସମୁଦ୍ର କୂଳେ କୂଳେ ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ବାରିପଦା ଦେଇ ପଶ୍ଚିମବଙ୍ଗ ଆଡକୁ ବଢିବ । ଅନ୍ୟଥା ନୟାଗଡ ଦେଇ ଉପକୂଳ ଜିଲ୍ଲାକୁ ଘାଣ୍ଟିବ । ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ ଆହୁରି ବ୍ୟାପକ ହେବ ବୋଲି କୁହାଯାଉଛି ।

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି