୩ ଘଣ୍ଟା ଧରି ଚାଲିବ ‘ଫୋନି’ର ଲ୍ୟାଣ୍ଡଫଲ ପ୍ରକ୍ରିୟା, ଦିନ ୧୧ଟା ପର୍ଯ୍ୟନ୍ତ ରହିବ ବାତ୍ୟାର ପ୍ରଭାବ

ଭୁବନେଶ୍ବର ୩।୫: ଫନିର ଲ୍ୟାଣ୍ଡଫଲ ହେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ୩ ଘଂଟା ଧରି ଏହା ଚାଳୁ ରହିବ। ଦିନ ୧୧ଟା ପର୍ଯ୍ୟନ୍ତ ରହିବ ବାତ୍ୟାର ପ୍ରଭାବ। ବାତ୍ୟା ପ୍ରଭାବରେ ଘଂଟା ପ୍ରତି ୧୪୦ରୁ ୧୭୫ କିଲୋମିଟର ବେଗରେ ପବନ ଅନୁଭୁତ ହେଉଛି ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସାମୁଦ୍ରିକ ବାତ୍ୟା ଫୋନି ପୁରୀଠାରୁ ମାତ୍ର ୪୦ କିଲୋମିଟର ଦୂରରେ ରହିଛି। ଏହି ପ୍ରରିପେକ୍ଷୀରେ ଲ୍ୟାଣ୍ଡଫଲର ପ୍ରଭାବ ମଧ୍ୟ ଆରମ୍ଭ ହୋଇସାରିଛି। ସେପଟେ ଫୋନିର ପ୍ରଭାବରେ ବଡ ବଡ ଗଛ ଉପୁଡି ପଡ଼ିଛି। ବିଶେଷ କରି ସମୁଦ୍ର କୂଳଠାରୁ ଅଳ୍ପ ଦୂରରେ ଥିବା ରାଜଭବନ ରାସ୍ତାକଡ଼ରେ ଥିବା କିଛି ଗଛ ଉପୁଡି ପଡ଼ିଛି। ସେହିଭଳି ଅନେକ ସ୍ଥାନରେ ଦୋକାନ ଛପର ଓ ହୋର୍ଡି ଉଡାଇ ନେଇଛି।

ସେପଟେ, ଫୋନି ପାଇଁ ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଛି। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି।

ତେବେ ‘ଫୋନି’ ପୂରା ସ୍ଥଳଭାଗକୁ ଆସିବା ପରେ ତାର ପ୍ରକୋପ କମିବା ଆରମ୍ଭ କରିବ। ହେଲେ ଏହି ପ୍ରକ୍ରିୟା ଶେଷ ହେବା ଲାଗି ପ୍ରାୟ ୩ରୁ ୪ ଘଣ୍ଟା ସମୟ ଲାଗିଯାଇପାରେ। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ହିସାବ ଅନୁସାରେ ଏହା ସକାଳ ୮ଟାରୁ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିବ।

   ସମ୍ବନ୍ଧିତ ଖବର


କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର