PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଓଡିଶାକୁ ମିଳିଲା ୩ହଜାର ୩୩୮ କୋଟି ଟଙ୍କାର ଫାେନି ସହାୟତା

ଭୁବନେଶ୍ୱର ୨୧/୮ : ପ୍ରଳୟଙ୍କରୀ ‘ଫୋନି’ ପାଇଁ ସହାୟତାର ହାତ ବଢ଼ାଇଛି କେନ୍ଦ୍ର । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ୍‌)ରୁ କେନ୍ଦ୍ର ୩୩୩୮ କୋଟି ୨୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓଡ଼ିଶାର ଫୋନି ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର ପାଇଁ ଏ ସହାୟତା ମଞ୍ଜୁର କରିଛନ୍ତି । ଏହି ଅତିରିକ୍ତ ପାଣ୍ଠି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍‌) କୁ ଛାଡ଼ି ମିଳିବ ।

କେନ୍ଦ୍ର ସରକାର ଏ ପାଣ୍ଠି ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କେନ୍ଦ୍ରର ଏ ପାଣ୍ଠି ଫୋନି ବିପର୍ଯ୍ୟସ୍ତ ଓଡ଼ିଶାର ପୁନରୁଦ୍ଧାର ସହ ଥଇଥାନରେ ଯଥେଷ୍ଟ ସହାୟକ ହେବ । ଏହାଦ୍ୱାରା ଲକ୍ଷ ଲକ୍ଷ ବାତ୍ୟା ପ୍ରଭାବିତ ଓଡ଼ିଆ ଉପକୃତ ହେବେ ।
କେନ୍ଦ୍ର ଏ ପାଣ୍ଠି ଅନୁମୋଦନ କରିଥିବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏ ନିଷ୍ପତ୍ତି ଓଡ଼ିଶାବାସୀଙ୍କ ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି ବୋଲି ସେ କହିଛନ୍ତି ।

ଗତ ମେ ମାସରେ ଓଡ଼ିଶା ‘ଫୋନି’ ବାତ୍ୟ।। ଶିକାର ହୋଇଥିଲା । ଏ ଭୟାବହ ବାତ୍ୟା ମାଡ଼ରେ ଉପକୂଳ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇ ପଡ଼ିଥିଲା । ବାତ୍ୟାର ମୁକାବିଲା ସହ ଭିତ୍ତିଭୂମି ନିର୍ମାଣ ଓ ପୁନରୁଦ୍ଧାର ପାଇଁ ବିପୁଳ ପାଣ୍ଠି ଆବଶ୍ୟକ ପଡୁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଗତ ଜୁନ୍‌ ମାସରେ ଭେଟି ଏନଡିଆରଏଫରୁ ୫,୨୨୮ କୋଟି ଟଙ୍କା ଦାବି କରିଥିଲେ । ପୂର୍ବରୁ ୨୯ ଏପ୍ରିଲରେ ‘ଫୋନି’ ମୁକାବିଲା ପାଇଁ ଏସଡିଆରଏଫରୁ ଅଗ୍ରୀମ ଆକାରରେ ରାଜ୍ୟକୁ ୩୪୦ କୋଟି ୮୭ ଲକ୍ଷ ଟଙ୍କାର ସହାୟତା ମିଳିଥିଲା । ପ୍ରଧାନମନ୍ତ୍ରୀ ବାତ୍ୟାଞ୍ଚଳ ପରିଦର୍ଶନ ସହ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗଦେଇ ତୁରନ୍ତ ୧ ହଜାର କୋଟି ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଥିଲେ । ଏ ପାଣ୍ଠି ମଧ୍ୟ ଅଗ୍ରୀମ ଆକାରରେ କେନ୍ଦ୍ର ଦେଇଥିଲା ।

ଏହାଛଡ଼ା ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଗୁରୁତର ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିଥିଲା । ଆଜି ପୁଣି କେନ୍ଦ୍ର ୩୩୩୮.୨୨ କୋଟି ମଞ୍ଜୁର କରିଛି ।ମେ ୩ ରେ ‘ଫୋନି’ ପ୍ରଭାବରେ ରାଜ୍ୟର ୧୪ ଜିଲ୍ଲାରେ ଧନଜୀବନ କ୍ଷୟକ୍ଷତି ହୋଇଥିଲା । ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ଏ ବାତ୍ୟାରେ ବହୁଳ ଭାବେ ପ୍ରଭାବିତ ହୋଇଥିଲେ । ଏହି ବାତ୍ୟାରେ କ୍ଷୟକ୍ଷତି ଆକଳନ କରିବାକୁ ବିଶ୍ୱବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଓ ମିଳିତ ଜାତିସଂଘର ୧୦୦ରୁ ଅଧିକ ବିଶେଷଜ୍ଞଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ଖ୍ୟାତିସଂପନ୍ନ ବିଶେଷଜ୍ଞ ସାମିଲ ହୋଇଥିଲେ ।

ଏହି ସ୍ୱତନ୍ତ୍ର ଟିମ୍‌ ଦର୍ଶାଇଛି, ପ୍ରଳୟଙ୍କରୀ ‘ଫୋନି’ରେ ମୋଟ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ବାତ୍ୟାଞ୍ଚଳରେ ପୁନରୁଦ୍ଧାର ପାଇଁ ୨୯ ହଜାର ୩୧୫ କୋଟି ଟଙ୍କାର ଆବଶ୍ୟକତା ଅଛି । ଏ ବାତ୍ୟାରେ ରାଜ୍ୟର ଭିତ୍ତିଭୂମି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର ପୁନଃନିର୍ମାଣ ପାଇଁ ଆବଶ୍ୟକ ଅର୍ଥର ୪୨ ଭାଗ ଏବଂ ଗୃହ ନିର୍ମାଣ ଭଳି ସାମାଜିକ କ୍ଷେତ୍ର ପାଇଁ ୩୬ ଭାଗ ଅର୍ଥ ବିନିଯୋଗ ହେବ । ଗୋଟିଏ ପରେ ଗୋଟିଏ ଦୁର୍ବିପାକ ରାଜ୍ୟର ସାମଗ୍ରୀକ ବିକାଶ ଓ ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜୁଥିବାରକେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକରେ କେନ୍ଦ୍ର-ରାଜ୍ୟର ଅଂଶଧନ ଭାଗିଦାରିତା ୯୦:୧୦ ରହୁ ।

ବଡ଼ ଦୁର୍ବିପାକର ଶିକାର ହେଉଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକୁ କେନ୍ଦ୍ର ‘ସ୍ପେଶାଲ ଫୋକସ ଷ୍ଟେଟ’ ଭାବେ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିବା ସହ ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫ ଲକ୍ଷ ଘର ମଧ୍ୟ ମାଗିଥିଲେ । ପ୍ରଥମ ଦଫାରେ କେନ୍ଦ୍ରୀୟ ଟିମ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ରାଜ୍ୟ ସରକାର ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କାର କ୍ଷୟକ୍ଷତି ରିପୋର୍ଟ ଦେଇଥିଲେ । ‘ଫୋନି’ ପୁନରୁଦ୍ଧାର ପାଇଁ ମଧ୍ୟ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେଇଥିଲେ ଯାହାକୁ କେନ୍ଦ୍ରୀୟ ଟିମ୍‌ ସହ ବିଶ୍ୱବ୍ୟାଙ୍କ ଟିମ୍‌ ଭୂୟସୀ ପ୍ରଶଂସା କରିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ରର ଏହି ପୁନରୁଦ୍ଧାର ପାଇଁ ପାଣ୍ଠି ଅନୁମୋଦନକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରି କହିଛନ୍ତି, ଓଡ଼ିଶାରେ ରିଲିଫ ଓ ପୁନଃରୁଦ୍ଧାର କାମକୁ ଏହି ଏନଡିଆରଏଫ ପାଣ୍ଠି ଅଧିକ ତ୍ୱରିତ କରିବ । କେନ୍ଦ୍ରର ଏ ଆର୍ଥିକ ସହାୟତା ପୂର୍ବାପେକ୍ଷା ଅଧିକ । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ‘ଫୋନି’ ମୁକାବିଲା ପାଇଁ କେନ୍ଦ୍ର ଯଥାକ୍ରମେ ୩୪୦ ଓ ୧ ହଜାର କୋଟି ଓଡ଼ିଶାକୁ ପ୍ରଦାନ କରିଛି । ବାତ୍ୟାରେ ଲୋକଙ୍କ ମୁହଁରୁ ହସି ଯାଇଥିବା ହସ ପୁଣି ଥରେ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ । ନିଜ ଗୋଡ଼ରେ ଓଡ଼ିଶା ଛିଡ଼ା ହେବାକୁ କେନ୍ଦ୍ର ସରକାର ଏ ସହାୟତା ଯୋଗାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର