ମାଡି ଆସୁଛି ଫନୀ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଫନୀ’ ବାରମ୍ବାର ବଦଳାଉଛି ଗତିପଥ

ଭୁବନେଶ୍ବର ୨୯/୪: ମାଡି ଆସୁଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ଫନୀ । ୪ ତାରିଖ ପର୍ଯ୍ୟନ୍ତ ଓଡିଶା କିମ୍ବା କୌଣସି ରାଜ୍ୟରେ ଫନି ହିଟ୍ କରିବନି । କିନ୍ତୁ ୨ ତାରିଖରୁ ସାରା ରାଜ୍ୟରେ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁପ୍ରକାରର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜିଲ୍ଲା ପ୍ରଶାସନ, ଓଡ୍ରାଫ ଓଏନଡିଆରଏଫ ଟିମକୁ ସଜାଗ ରଖାଯାଇଛି।

ଡରାଉଛି ଫନି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଫନୀ ବାରମ୍ବାର ଗତିପଥ ବଦଳାଉଛି । ବର୍ତ୍ତମାନ ଏହା ଚେନ୍ନାଇଠାରୁ ୮୭୦ କିଲୋମିଟର ଏବଂ ଆନ୍ଧ୍ର ଉପକୂଳରୁ ୯୯୦ କିଲୋମିଟର ଦୂରରେ ରହିଛି । ୨୪ ଘଣ୍ଟା ମଧ୍ୟରେ ଏହା ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ମେ ୩ ତାରିଖ ମଧ୍ୟରେ ଗତିପଥ ପରିବର୍ତ୍ତନ କରି ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ଫନି । ତେବେ ଆସନ୍ତା ୪ ତାରିଖରେ ଗୋପାଳପୁର-ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି । ପ୍ରଭାବରେ ମେ ୨ରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିପାରେ । କିଛି କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ପର୍ଯ୍ୟନ୍ତ ରହିବ । ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟା ଫନିକୁ ମୁକାବିଲା ପାଇଁ ରାଜ୍ୟ ସରକାର ସବୁପ୍ରକାରର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟ ସଚିବାଳୟରେ ବୈଠକ ବସିଛି । ମୁଖ୍ୟ ସଚିବ, ଏସଆରସି, ଏନଡିଆରଏଫ, କେ।ଷ୍ଟ ଗାଡ ମୁଖ୍ୟ, ପେ।ଲିସ ଡିଜି ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆଲେ।ଚନା କରିଛନ୍ତି । ଓଡ୍ରାଫର ୨୦ଟି ଦଳ ଏବଂ  ୧୨ଟି ଏନଡିଆରଏଫ ଟିମ୍ , ୩୩୫ଟି ଫାୟାର ଷ୍ଟେସନ ୟୁନିଟ,୮୮୦ଟି ସାଇକ୍ଲେ।ନ ସେଲଟର ବା ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଥିବା ଏସଆରସି ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଫନୀ ବାରମ୍ବାର ଗତିପଥ ବଦଳାଉଥିବାରରୁ ଏହା କେଉଁ ସ୍ଥାନରେ ଲାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ବେଶୀ ପ୍ରଭାବ ପଡିବ। ନେଇ ଆକଳନ କରିଛି ଆଇଏମ୍ ଡି । ଏପଟେ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଗୃହମନ୍ତ୍ରାଳୟ ତୀକ୍ଷଣ ନଜର ରଖିଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି