ଓଡ଼ିଶାକୁ ମୁହାଁଇପାରେ ବାତ୍ୟା ‘ଫୋନି’

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ଆସୁଛି ଅଦିନିଆ ବାତ୍ୟା ‘ଫୋନି’ । ଓଡ଼ିଶାକୁ ମୁହାଁଇପାରେ । ଯଦିଓ ଓଡ଼ିଶା ଉପକୂଳ ପାଖାପାଖି ହେଲାବେଳକୁ ଏହାର ତୀବ୍ରତା କମିଯାଇପାରେ, କିନ୍ତୁ ପ୍ରବଳରୁ ପ୍ରବଳତର ବର୍ଷା କରାଇବ । ଉପକୂଳ ଓଡ଼ିଶାରେ ନିର୍ଘାତ୍‌ ବର୍ଷିବ । ଦକ୍ଷିଣରୁ ଆରମ୍ଭ କରି ଉତ୍ତର ଉପକୂଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ପବନ ବି ଜୋର୍‌ରେ ବହିବ ।

ପୂର୍ବ ଭାରତ ମହାସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ରୂପ ନେଇଛି । ଏହା ଆହୁରି ଘନୀଭୂତ ହୋଇ ସକାଳ ସୁଦ୍ଧା ଭୀଷଣ ଅବପାତ (ଡିପ୍‌ ଡିପ୍ରେସନ୍‌) ହେବ । ପରବର୍ତ୍ତୀ ୧୨ ଘଣ୍ଟାରେ ବାତ୍ୟା ‘ଫୋନି’ରେ ପରିଣତ ହେବା ସମ୍ଭାବନା ଅଛି । ଏହା ଆହୁରି ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମ (ଭୀଷଣ ବାତ୍ୟା)ରେ ପରିଣତ ହୋଇପାରେ । ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖରେ ଥିବ । ମାତ୍ର ସେଠାରୁ ବାତ୍ୟା ଦିଗ ବଦଳାଇବା ସମ୍ଭାବନା ଅଛି । ଦିଗ ବଦଳାଇ ଉତ୍ତର-ପୂର୍ବରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଓଡ଼ିଶା ଉପକୂଳ କଡ଼େ କଡ଼େ ଆଗକୁ ବଢ଼ିବ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ଯାହାକି ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ କିମ୍ବା ଓଡ଼ିଶା ଉପକୂଳ କଡ଼େ କଡ଼େ ଆଗକୁ ବଢ଼ିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ବାତ୍ୟାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବ । ମେ’ ୨ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ପାଗ ବଦଳିବ । ଆକାଶ ମେଘୁଆ ହେବା ସହ ପବନ ବହିପାରେ । ୩ରୁ ଦକ୍ଷିଣ ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ବି ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ସମ୍ଭାବନା ଅଛି । ପବନର ବେଗ ବି ଅଧିକ ରହିପାରେ । ବାତ୍ୟା ଓଡ଼ିଶା ଉପକୂଳ କଡ଼େ କଡ଼େ ଯେତେ ଉପରକୁ ଉଠିବ, ଦକ୍ଷିଣ ଉପକୂଳରେ ପ୍ରଭାବ କମିବ । ଦକ୍ଷିଣ ପରେ ପୁଣି ଉତ୍ତର ଉପକୂଳ ଅଞ୍ଚଳରେ ବର୍ଷା, ପବନ ବଢ଼ିବ । ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ବର୍ଷା, ପବନ ଯୋଗୁ ଉପକୂଳ ଓଡ଼ିଶା ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ପାଖାପାଖି ଖସି ଆସିବ । ଆଭ୍ୟନ୍ତରୀଣ ଓଡ଼ିଶା ତାପମାତ୍ରା ବି ୨୫ ଡିଗ୍ରୀ ପାଖାପାଖି ରହିବ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ କିଛି ମାତ୍ରାରେ ପଡ଼ିବ । ସମ୍ଭାବ୍ୟ ବାତ୍ୟା ଦିଗ ବଦଳାଇ ଉତ୍ତର ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ଅଛି । ଏହା ଓଡ଼ିଶା ଉପକୂଳ କଡ଼େ କଡ଼େ ଗତି କରିବ । ୪ ତାରିଖରେ ପୁରୀ ପାଖାପାଖି ରହିପାରେ । ଯଦିଓ ସେତେବେଳକୁ ଏହା ଦୁର୍ବଳ ହୋଇଥିବା ଅନୁମାନ କରାଯାଉଛି । ତଥାପି ୩ରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୩ରେ ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ହେବ । ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକରେ ସ୍ୱଳ୍ପ ବର୍ଷା ହୋଇପାରେ । ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ ହାଲ୍‌କା ବର୍ଷା ହେବ । ପରେ ଗଞ୍ଜାମରୁ ପାରାଦୀପ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ତେବେ ଏହା ପ୍ରାକ୍‌ ଆକଳନ । ସମ୍ଭାବ୍ୟ ବାତ୍ୟାର ଗତିବିଧି ନେଇ ୨୮ରେ ସ୍ଥିତି ଅଧିକ ସ୍ପଷ୍ଟ ହେବ ।

   ସମ୍ବନ୍ଧିତ ଖବର


ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ