ବାତ୍ୟା ‘ନିସର୍ଗ’ର ଲ୍ୟାଣ୍ଡଫଲ କେଉଁଠି ଗଛ ଉପୁଡି ଯାଇଛି ତ ଆଉ କେଉଠି ଉଡିଗଲାଣି ଛାତ

ମୁମ୍ବାଇ,୩।୬: ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିଝଡ ‘ନିସର୍ଗ’ ଲ୍ୟାଣ୍ଡଫଲ କରିଛି । ଏହାର ପ୍ରଭାବରେ ବର୍ତ୍ତମାନ ପ୍ରବଳ ବର୍ଷା ଏବଂ ପବନ ଜାରି ରହିଛି। ସମୁଦ୍ରରେ ଲଗାତାର ବଡ ବଡ ଲହରୀ ଉଠିବାରେ ଲାଗିଛି। ‘ନିସର୍ଗ’ ଏବେ ମୁମ୍ବାଇରେ ସୃଷ୍ଟି କରିଛି ତାଣ୍ଡବ। କେଉଁଠି ଗଛ ଉପୁଡି ଗଲାଣି ତ ଆଉ କେଉଁଠି ଟିଣରେ ତିଆରି ଛାତ ଉଡିଯାଇଛି। ଲୋକଙ୍କୁ ସମୁଦ୍ର ଅଞ୍ଚଳଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ମୁମ୍ବାଇର ଆଲିବାଗ୍ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପବନ ବୋହୁଛି। ବାତ୍ୟା ଲ୍ୟାଣ୍ଡଫଲ କରିବାର ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଏଠାରେ ଏଭଳି ପ୍ରଭାବ ଦେଖିବାକୁ ମିଳିବ। ମୁମ୍ବାଇରେ ସମୁଦ୍ରରେ ଥିବା ଜାହାଜ ଗୁଡିକ ଉପରେ ମଧ୍ୟ ‘ନିସର୍ଗ’ର ପ୍ରଭାବ ଦେଖିବାକୁ ମିଳିଛି। ସମୁଦ୍ରରେ ଉଠୁଥିବା ଲହରୀ ଏତେ ଉଚ୍ଚା ଯେ, ଜାହାଜ ବି ହଲିଯାଉଛି।  ପ୍ରଶାସନ ସମୁଦ୍ର ପାଖରେ ଥିବା ସମସ୍ତ ଲୋକଙ୍କୁ ହଟେଇ ଦେଇଛି।

ବାତ୍ୟା କାରଣରୁ ବାନ୍ଦ୍ରା ଓ୍ବର୍ଲି ସି ଲିଙ୍କକୁ ବନ୍ଦ କରିଦିଆଯାଇଛି। ସମୁଦ୍ରର ଉପରେ ତିଆରି ହୋଇଥିବା ଏହି ବଡ ପୋଲ ଉପରେ ଖୁବ୍ ଅଧିକ ଟ୍ରାଫିକ୍ ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ସୁରକ୍ଷା ଦୃଷ୍ଟିରୁ ଏହାକୁ ବନ୍ଦ କରିଦିଆଯାଇଛି। ‘ନିସର୍ଗ’ ବାତ୍ୟାକୁ ଦେଖି ପାଣିପାଗ ବିଭାଗ ମୁମ୍ବାଇରେ ହାଇ ଟାଇଡ୍ ଆସିବାର ସମ୍ଭାବନା ପ୍ରକାଶ କରିଛି। ବାତ୍ୟା ସମୟରେ ୧୦୦ ରୁ ୧୨୦ ଘଣ୍ଟା ପ୍ରତି ପବନର ବେଗ ରହିବ ଓ ସମୁଦ୍ରରେ ୬ ଫୁଟ ଉଚ୍ଚତାରେ ଲହରୀ ଉଠିବ।

   ସମ୍ବନ୍ଧିତ ଖବର


ଆଲ୍‌କହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର୍‌ରେ ଲାଗିବ ୧୮% ଜିଏସ୍‌ଟି

ମୁକେଶ ବିଶ୍ୱର ଷଷ୍ଠ ଧନୀ : ସମ୍ପତ୍ତିରେ ଏଲନ୍‌ ମସ୍କ, ଲ୍ୟାରି ପେଜ୍‌ଙ୍କୁ ଟପିଲେ

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି

ଭାରତୀୟଙ୍କ ମୋବାଇଲରେ ଲୁଚି ଲୁଚି ଖେଳ କରୁଛି ଟିକ୍‌ଟକ୍‌ : ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ…

ଉମାଶଙ୍କର ଦାସ ଭୁବନେଶ୍ୱର ଡିସିପି, ବଦଳିଲେ ୬ ଏସ୍‌ପି, ୨ ଡିସିପି

ଆଜିଠୁ ରାଜ୍ୟରେ ପ୍ଲାଜ୍‌ମା ଥେରାପି : ଦିନକୁ ହେବ ୯ ହଜାର ପରୀକ୍ଷା