ତାମିଲନାଡୁକୁ ମୁହାଁଉଛି ବାତ୍ୟା, ନଭେମ୍ବର ୨୫ରେ ସ୍ଥଳ ଭାଗ ଛୁଇଁବ

ନୂଆଦିଲ୍ଲୀ,୨୨/୧୧: ତାମିଲନାଡୁ ଓ ପୁଡ୍ଡୁଚେରୀ ଆଡକୁ ଏକ ବାତ୍ୟା ମୁହାଁଉଛି । ନଭେମ୍ବର ୨୫ ତାରିଖରେ ଏହା ତାମିଲନାଡୁ ଓ ପୁଡ୍ଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଡ଼ ହେବ । ତେବେ ଏହି ବାତ୍ୟା ଏତେ ଶକ୍ତିିଶାଳୀ ନୁହେଁ ।

ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୪୮ ଘଣ୍ଟା ଭିତରେ ଏହା ଆହୁରି ଶକ୍ତିଶାଳୀ ହେବା ସହିତ ଶ୍ରୀଲଙ୍କା ଏବଂ ତାମିଲନାଡୁର ଦକ୍ଷିଣ ଭାଗ ଆଡକୁ ମୁହାଁଇବ । ଏହା ଏକ ଛୋଟକାଟର ବାତ୍ୟାର ରୂପ ନେବା ଅସମ୍ଭବ ନୁହେଁ । ଏହାଯୋଗୁ ତାମିଲନାଡୁ ଏବଂ ପୁଡ୍ଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୫୫ରୁ ୭୫ କିମି ବେଗରେ ପବନ ବହିବା ସହିତ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।