PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବାତ୍ୟା ପରର ଦୁର୍ଦ୍ଦଶା : ଲୁଣାପାଣିରେ ବୁଡ଼ି ରହିଛି ଏକର ଏକର ଫସଲ, ସହାୟତା ଯୋଗାଇଦେବାକୁ ଗୁହାରୀ କଲେ ଚାଷୀକୂଳ

ପଟ୍ଟାମୁଣ୍ଡାଇ, ୩୦/୦୫ : ତାଣ୍ଡବ ରଚି ଛାଢିଯାଇଛି ପ୍ରଳୟଙ୍କରୀ ବାତ୍ୟା ୟାସ୍। ହେଲେ ଛାଡ଼ିଯାଇଛି ଦୁର୍ଦ୍ଦଶା। ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବାତ୍ୟା ୟାସ୍। ଭୋ ଭୋ ହୋଇ କାନ୍ଦୁଛି ଚଷା ପୁଅ। ବାତ୍ୟା ପ୍ରଭାବରେ କେଉଁଠି ଲୁଣାପାଣି ମାଡ଼ିଯାଇଛି ତ କେଉଁଠି ଏକର ଏକର ଚାଷ ଜମି ଲୁଣିରେ ବୁଡ଼ି ରହିଛି। ଫଳରେ ଏକର ଏକର ଧାନ ଚାଷ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଉଛି। ଯେଉଁ କ୍ଷେତରେ ସୁନାର ଫସଲ ଦେଖି ଦିନେ ମୁରୁକି ଦେଖୁଥିଲା ଚଷା ପୁଅ ଆଜି ଜମିକୁ ଦେଖି ଭୋ ଭୋ ହୋଇ କାନ୍ଦୁଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି ଏଭଳି ଦୁର୍ଦ୍ଦଶା।

ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାତ୍ୟା ପରେ ଚାଷ ଜମିରେ ଲୁଣାପାଣି ମାଡ଼ିଯିବାରୁ ଫସଲ ସବୁ ନଷ୍ଟ ହୋଇଯାଇଛି। ଏବେ ସୁଦ୍ଧା ମଧ୍ୟ ଏକର ଏକର ଚାଷ ଜମି ଲୁଣାପାଣିରେ ବୁଡ଼ି ରହିଛି। ମହାମାରୀ ବେଳେ ଏବେ ଦାଉ ସାଧିଛି ବାତ୍ୟା। ବର୍ଷ ଜାକର ଉପାର୍ଜନ ବନ୍ୟା ପାଣିରେ ଭସିଯିବାରୁ ଏବେ ପରିବାର ପ୍ରତିପୋଷଣ ପାଇଁ ଚାଷୀ ମୁଣ୍ଡରେ ଚଡ଼କ। ତେବେ ଏଥପ୍ରତି ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀକୂଳ।