‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ଉଜୁଡ଼ିଗଲା କଳିଙ୍ଗ ବାଲିଯାତ୍ରା ଟେଣ୍ଟ,ଛିଡ଼ିିଲା ଟ୍ରେନ୍‌ ଲାଇନ୍‌ ତାର

ପାରାଦୀପ ୧୦/୧୧: ପାରାଦୀପ ସହରର ବିଭିନ୍ନ ଜାଗାରେ ପାଣି ଜମି ରହିଛି । ବହୁ ଜାଗାରେ ଗଛ ପଡ଼ି ରାସ୍ତାଘାଟ ଜାମ୍‌ ହୋଇ ରହିଥିଲେ ମଧ୍ୟ ଅଧିକାଂଶ ଜାଗାରେ ଓଡ୍ରାଫ୍‌ ଟିମ୍‌ ଗଛକୁ ହଟାଇଛି । ବିଶେଷ ପ୍ରଭାବିତ ହୋଇଛି ନୂଆଗଡ଼ ପଞ୍ଚାୟତ ଅଧୀନ ବିଜୟଚନ୍ଦ୍ରପୁର ଗ୍ରାମ । ଗତକାଲି ବିଳମ୍ବିତ ରାତ୍ରିରୁ ଘଣ୍ଟାକୁ ୬୦ରୁ ୭୦ କିଲୋମିଟର ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଢାଳିଥିଲା । ସହରର ମଧୁବନ, ଜେସି କେଳଶନି, ଜେବି କଲୋନି, ନୂଆବଜାର, କଲୋଜ୍‌ ରୋଡ଼୍‌, ବ୍ୟାଙ୍କ ଲାଇନ୍‌୍‌, ହାଉସିଂବୋର୍ଡ଼, ଭୀମଭୋଇ କଲୋନି ଭଳି ବିଭିନ୍ନ ଜାଗାରେ ଗଛ ପଡ଼ି ରାସ୍ତା ବନ୍ଦ ହୋଇଯାଇଥିଲା । ଜୟଦେବସଦନ ନିକଟ ସମ୍ରାଟ୍‌ କ୍ଲବ୍‌ ପାଖରେ ଏକ ବୋଲେରୋ ଉପରେ ଗଛ ପଡ଼ି ଏହା ଚୂରମାର୍‌ ହୋଇଥିଲା । ଜେବି କଲୋନିରେ ଏକ ୱାଗନ୍‌ ଆର୍‌ କାର୍‌ ଉପରେ ଓ ନୂଆବଜାର ଏକ କାର୍‌ ଉପରେ ଗଛ ପଡ଼ି ଭାଙ୍ଗି ଯାଇଛି ।

ଭଞ୍ଜନଗରରୁ ଆସିଥିବା ଏକ ୨୬ ଜଣିଆ ଓଡ୍ରାଫ୍‌ ଟିମ୍‌ ସହରରେ ପଡ଼ିଥିବା ଗଛ ଗୁଡ଼ିକୁ ହଟାଇଥିଲେ । ତଥାପି ବହୁ କଲୋନି ଗୁଡ଼ିକ ଭିତରେ ଗଛ ପଡ଼ିରହିଛି । ଲୋକେ ନିଜ ଚେଷ୍ଟାରେ ସେଗୁଡ଼ିକୁ ଉଠାଉଥିବା ଦେଖିବାକୁ ମିଳିଛି । ସମୁଦ୍ର କୂଳ ବତିଘର ପାଖରେ ଥିବା ମେରାଇନ୍‌ ଆକ୍ୱାରିଅମ୍‌କୁ ସ୍ଥାନାନ୍ତରିତ ହୋଇଥିବା କିଛି ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ଦିଆଯାଇଛି । ବାଲିଯାତ୍ରା ପଡ଼ିଆରେ ବନ୍ଧା ଯାଇଥିବା ଟେଣ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଆସନ୍ତା ୧୧ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ବାଲିଯାତ୍ରା କମିଟି ଏହାକୁ ନେଇ ଚିନ୍ତାରେ ପଡ଼ିଛି । କେଉଁଠି ବିଜୁଳି ଖୁଣ୍ଟ ଉପୁଡ଼ି ଘରେ ପଡ଼ିଛି ତ କେଉଁଠି ଖୁଣ୍ଟ ପଡ଼ି ପାଣି ଭିତରେ ବିଜୁଳି କରେଣ୍ଟ ଥିବାର ଭୟ ସୃଷ୍ଟି କରିଛି ।

ସେହିଭଳି କିଛି ଲୋକଙ୍କ ଘରର ଛପର ଉଡ଼ି ଯାଇଥିବା ବେଳେ ଜଣଙ୍କ ଘର ଭୁଶୁଡ଼ି ପଡ଼ିଛି । ଷଣ୍ଢକୁଦରେ ମଧ୍ୟ ବିଜୁଳି ଖୁଣ୍ଟି ଉପୁଡ଼ିଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ବନ୍ଦର ଭିତରେ ଆଜି ପଣ୍ୟ କାରବାର ବନ୍ଦ ରଖାଯାଇଥିଲା । ଏପରିକି ବିଭିନ୍ନ ବର୍ଥ ଗୁଡ଼ିକରେ ଛୋଟ ମୋଟ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ବନ୍ଦର ଭିତରେ ଥିବା ରେଳ ଲାଇନ୍‌ରେ ୫ଟି ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିଥିବା ବେଳେ ସେଗୁଡ଼ିକୁ ମରାମତି କରାଯାଉଛି ।

   ସମ୍ବନ୍ଧିତ ଖବର


ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ, ୫ ବରଯାତ୍ରୀ ଗୁରୁତର

ରାସଗୋବିନ୍ଦପୁର ବନାଞ୍ଚଳ ରାସ୍ତାରୁ ୨୦୦ ଗ୍ରାମର ଭଙ୍ଗା ହାତୀ ଦାନ୍ତ ଉଦ୍ଧାର