୧୦ଟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିପାରେ ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’

ଭୁବନେଶ୍ୱର ୯।୧୧: ବାତ୍ୟା ‘ବୁଲବୁଲ‘ ଓଡ଼ିଶା ଉପକୂଳର ନିକଟତର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହା ପାରାଦୀପଠାରୁ ୧୩୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ବୁଲବୁଲ୍ ସକାଳ ୧୦ଟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିପାରେ। ଆଜି ମଧ୍ୟରାତ୍ରିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି

ସକାଳୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ଥାନୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ପାଣିପାଗ କେନ୍ଦ୍ରର ମହା ନିର୍ଦେଶକଙ୍କ ସହ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ସ୍ଥିତି ଓ ସେଥିଯୋଗୁଁ ହେଉଥିବା ବୃଷ୍ଟିପାତ ବିଷୟରେ ସମୀକ୍ଷା କରିଛନ୍ତି।

ତେବେ ଓଡ଼ିଶା ନ ଛୁଇଁଲେ ମଧ୍ୟ ଉପକୂଳ ଓ ଉତ୍ତର ଓଡ଼ିଶାରେ କ୍ଷୟକ୍ଷତିର ଆଶଙ୍କା ରହିଛି। ଏହା ପ୍ରଭାବରେ ଗତରାତିରୁ ଉପକୂଳ ଓଡ଼ିଶାରେ ପବନ ଓ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବର୍ଷା ସାଙ୍ଗକୁ ପବନ ବହୁଛି। ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହୁଥିବା ବେଳେ ବେଳେ  ୬୫ କି.ମି ପର୍ଯ୍ୟନ୍ତ ହୋଇଯାଉଛି।

‘ବୁଲ୍‌ବୁଲ୍‌’  ପ୍ରଭାବରେ ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେଉଛି। ଆଜି ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ଗତି ଓ ବର୍ଷାର ପରିମାଣ ଆହୁରି ବଢିବାର ସମ୍ଭାବନା ରହିଛି। ଏପରିକି ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିଲୋମିଟର ରହିବ। ବେଳେ ବେଳେ ଏହା ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ।

   ସମ୍ବନ୍ଧିତ ଖବର


ଏଣିକି ଦୋକାନ ନାଁ ଓଡ଼ିଆରେ ନଲେଖିଲେ ଦେବାକୁ ପଡିବ ଜୋରିମାନା

ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ

ପୁଣି ୟୁପି ରାଜନୀତିକୁ ଫେରିବ କି ଦାଦା-ପୁତୁରାଙ୍କ ଯୋଡି? ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଏହା କହିଲେ ଶିବପାଲ

ବିଲ୍ ଗେଟସଙ୍କ ସହିତ ସ୍ମୃତି ଇରାନୀ ସେୟାର କଲେ ଫଟୋ, କ୍ୟାପସନରେ ନିଜ ପାଠପଢାକୁ ନେଇ ଏଭଳି ଲେଖିବା ପରେ ୟୁଜର୍ସ କହିଲେ…