ଘନେଇଲା ଚକ୍ରବାତୀ ବାତ୍ୟା ଭୟ,ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ସମ୍ଭାବନା

ଅହମ୍ମଦାବାଦ,୨୨।୯: ପୂର୍ବ-ମଧ୍ୟ ଓ ଉତ୍ତର-ପୂର୍ବ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଏବେ ଗୁଜୁରାଟରେ ଭେରାଓ୍ବଲରୁ ପଶ୍ଚିମ-ଦକ୍ଷିଣ ଉପକୂଳରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଚକ୍ରବାତୀ ବାତ୍ୟା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ପକ୍ଷରୁ ରବିବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଲଘୁଚାପ ପରେ ଆଗାମୀ ୨୪ ଘଣ୍ଟା ଭିତରେ ଏହା ବାତ୍ୟା ରୂପ ନେଇପାରେ। ଏହାପରେ ୭୨ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରରୁ ଓମାନ ଉପକୂଳବର୍ତ୍ତୀ ଆଡକୁ ବଢିପାରେ।

ଗୁଜରାଟର ସୌରାଷ୍ଟ୍ର-କଚ୍ଛରେ ବାତ୍ୟା ଯୋଗୁଁ ବହୁ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ଓ ଆଗାମୀ ୨୪ ଘଣ୍ଟା ଭିତରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ମତ୍ସ୍ୟଜୀବିମାନେ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାରଣ ସମୁଦ୍ର ଭିତରେ ଘଣ୍ଟାକୁ ୪୫ ରୁ୫୫ କିଲୋମିଟର କିମ୍ବା ୬୫ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି।

   ସମ୍ବନ୍ଧିତ ଖବର


ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ