PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଏନ୍‌ସିଏଲ୍‌ଏଟିରେ ମିସ୍ତ୍ରୀଙ୍କ ବିଜୟ: ଟାଟାକୁ ଫେରିବେ ମିସ୍ତ୍ରୀ

ନୂଆଦିଲ୍ଲୀ ୧୯/୧୨:ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ସପକ୍ଷରେ ନ୍ୟାସ୍‌ନାଲ କମ୍ପାନି ଲ’ ଆପିଲେଟ୍‌ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମିସ୍ତ୍ରୀଙ୍କୁ କମ୍ପାନିର ଅଧ୍ୟକ୍ଷ ପଦରେ ପୁନଃ ନିୟୋଜିତ କରିବା ପାଇଁ ଟ୍ରିବ୍ୟୁନାଲ ଟାଟା ସନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ, ଏନ୍‌ . ଚନ୍ଦ୍ରଶେଖରନ୍‌ଙ୍କୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ନିୟୋଜିତ କରାଯିବା ନିଷ୍ପତ୍ତିକୁ ଟ୍ରିବ୍ୟୁନାଲ ବେଆଇନ ଦର୍ଶାଇଛନ୍ତି ।

ମାତ୍ର ୪ ସପ୍ତାହ ପରେ ମିସ୍ତ୍ରୀଙ୍କ ପୁନଃ ନିଯୁକ୍ତିକୁ କାର୍ଯ୍ୟକାରୀ କରାଯିବ । ଏହି ସମୟ ମଧ୍ୟରେ ନିଷ୍ପତ୍ତି ବିରୋଧରେ ଟାଟା ସନ୍ସ ଆବେଦନ କରିପାରିବ । ଏନ୍‌ସିଏଲ୍‌ଏଟିର ଦୁଇ ଜଣିଆ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି ।
ସାଇରସ୍‌ ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଅଧ୍ୟକ୍ଷ । ରତନ ଟାଟାଙ୍କ ଅବସର ପରେ ସେ ୨୦୧୨ରେ କମ୍ପାନିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ଗ୍ରୁପ୍‌ର ୧୫୦ ବର୍ଷର ଇତିହାସରେ ଦ୍ୱିତୀୟ ଥର ପାଇଁ ଟାଟା ପରିବାର ବାହାରର ଜଣେ ବ୍ୟକ୍ତି କମ୍ପାନିର ଅଧ୍ୟକ୍ଷ ହୋଇଥିଲେ । ତାଙ୍କ ପୂର୍ବରୁ ୧୯୩୪ରୁ ୩୮ ପର୍ଯ୍ୟନ୍ତ ଗ୍ରୁପ୍‌ ବାହାର ବ୍ୟକ୍ତି ଭାବେ ନାରୋଜି ସକଳତାବାଲା କମ୍ପାନିର ଅଧ୍ୟକ୍ଷ ଥିଲେ । ତେବେ ଟାଟା ସନ୍ସର ନିର୍ଦ୍ଦେଶକ ମଣ୍ଡଳୀ ୨୦୧୬ ଅକ୍ଟୋବର ୨୪ରେ ସମଗ୍ର କର୍ପୋରେଟ୍‌ ଜଗତକୁ ଆଚମ୍ବିତ କରି ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରିଥିଲେ ।

ସୂଚନାଯୋଗ୍ୟ, ମିସ୍ତ୍ରୀଙ୍କ ବହିଷ୍କାର ବିରୋଧରେ ସାଇରସ୍‌ ଇନ୍‌ଭେଷ୍ଟମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଷ୍ଟର୍ଲିଙ୍ଗ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ସ କର୍ପୋରେସନ୍‌ ପକ୍ଷରୁ କରାଯାଇଥିବା ଆବେଦନକୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଶାଖା ପୂର୍ବରୁ ଖାରଜ କରିଦେଇଥିଲେ ଏବଂ କହିଥିଲେ ଯେ, କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କୁ ବହିଷ୍କାର କରିବାର କ୍ଷମତା ନିର୍ଦ୍ଦେଶକ ବୋର୍ଡର ଅଛି । ମିସ୍ତ୍ରୀ ଟାଟା ସନ୍ସ ବୋର୍ଡ ଏବଂ ବୃହତ୍‌ ଭାଗ ଅଂଶୀଦାରଙ୍କ ଭରସା ହରାଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ଏନ୍‌ସିଏଲ୍‌ଟି କହିଥିଲେ । ପରେ ଏହି ନିର୍ଦ୍ଦେଶ ବିରୋଧରେ ମିସ୍ତ୍ରୀ ବ୍ୟକ୍ତିଗତ ଭାବେ ଏନ୍‌ସିଏଲ୍‌ଏଟିକୁ ଯାଇଥିଲେ । ଏବେ ଶୁଣାଣି ତାଙ୍କ ସପକ୍ଷରେ ଆସିଛି ।

ନିର୍ଦ୍ଦେଶ ଆସିବା ପରେ ଏହାର ପ୍ରଭାବ ଟାଟା ଗ୍ରୁପ୍‌ କମ୍ପାନିଗୁଡିକର ସେୟାର ମୂଲ୍ୟରେ ପଡ଼ିଛି । ଟାଟା ମୋଟର୍ସ ସେୟାର ମୂଲ୍ୟ ୩.୦୫% କମି ୧୭୪.୭୦ ଟଙ୍କା ହୋଇଛି । ସେହିଭଳି ଟାଟା ଷ୍ଟିଲ ୨.୨୧% କମି ୪୪୪.୬୦ ଟଙ୍କାରେ ବନ୍ଦ ହୋଇଛି । ଟାଟା କମ୍ୟୁନିକେସନ୍ସ ସେୟାର ମୂଲ୍ୟ ପାଖାପାଖି ୭% ସଙ୍କୁଚିତ ହୋଇ ୩୯୪.୩୦ ଟଙ୍କାକୁ ଖସିଆସିଛି । ଟାଟା ପାୱାର ୦.୯୮% କମି ୫୫.୫୦ ଟଙ୍କାରେ ବନ୍ଦ ହୋଇଛି । ଟାଟା କେମିକାଲ୍ସ ୧.୫୩% କମି ୬୪୦ ଟଙ୍କା, ଭୋଲ୍‌ଟାସ୍‌ ୨.୮୫% କମି ୬୫୦ ଟଙ୍କା, ଟାଟା କଫି ୪.୦୯% କମି ୯୧.୪୦ ଟଙ୍କା ଏବଂ ଇଣ୍ଡିଆନ୍‌ ହୋଟେଲ କମ୍ପାନି ୨.୮୫% କମି ୧୪୫.୦୫ ଟଙ୍କା ହୋଇଛି ।