୪ ମାସ ଧରି ବ୍ରେନ ଡେଡ୍‌ ଥିଲେ ମହିଳା, ଶିଶୁର ଜନ୍ମଦେବାର ତିନି ଦିନ ପରେ ଶେଷ ନିଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ ୫/୯:  ଚେକ୍ ଡାକ୍ତରଖାନାରେ ଘଟିଛି ଅଜବ ଘଟଣା। ୪ମାସ ହେବ ବ୍ରେନ୍ ଡେଡ୍‌ ଥିବା ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ୨୭ ବର୍ଷର ମହିଳା ଜଣଙ୍କୁ ଚଳିତ ବର୍ଷ ଅପ୍ରେଲ ମାସରେ ଅତ୍ୟାଧିକ ଦେହ ଖରାପ ହେବାରୁ ବ୍ରେନ୍ ବିଶ୍ବବିଦ୍ୟାଳୟର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ଶରୀର ଅନେକ ଅଙ୍ଗ କାମ କରବା ବନ୍ଦ କରିଦେବ ଫଳ ମୁଣ୍ଡକାମ କରିବା ବନ୍ଦ ହୋଇଥିଲା। ପରେ ଡାକ୍ତର  ମହିଳାଙ୍କ ବ୍ରେନ୍ ଡେଡ୍ ହୋଇଥିବା ଘୋଷଣା କରିଥିଲେ।

ଏହା ଠିକ୍ ୧୧୭ଦିନ ଅର୍ଥାତ ୪ମାସ ପରେ ଏକ ଅଶ୍ଚର୍ଯ୍ୟଜନକ ଘଟଣା ଘଟିଲା ।  ମହିଳାଙ୍କୁ ସିଜରିୟନ୍ ଡେଲିଭରିରେ ଶିଶୁଟିକୁ ଜନ୍ମ ଦେଇଥିଲେ।  ଶିଶୁଟି ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି। ପିଲାଟି ଜନ୍ମ ଦେବାର ତିନି ଦିନ ପରେ ମହିଳା ଜଣକଙ୍କର ମୃତ୍ୟୁ ହୋଇଥିଲା ।

ଏହି ବ୍ରେନ୍ ଡେଡ୍‌ର ଶିକାର ହୋଇଥିବା ମହିଳା ଜଣକ ୧୫ଅଗଷ୍ଟରେ ଶିଶୁଟିକୁ  ଜନ୍ମ ଦେଇଥିଲେ।ଡାକ୍ତର ଅନୁସାରେ ମହିଳାଙ୍କୁ ସିଜେରିୟନ ଡେଲିଭରି କରାଯାଇଥିଲା। ପିଲାଟି ସ୍ବାସ୍ଥ୍ୟ ଠିକ୍ ରହିବା ସହ  ଓଜନ ୨କେଜି ୧୬ ସେଣ୍ଟିମିଟର ରହିଥିଲା। ବ୍ରେନ୍ ୟୁନିଭରସିଟିର ଡାକ୍ତରମାନେ ବ୍ରେନ୍ ଡେଡ୍‌ ମହିଳାଙ୍କ ସଫଳ ଭାବେ ଡେଲିଭରି କରାଇ ରେକର୍ଡ ସୃଷ୍ଟି କରିଛନ୍ତି।

ମହିଳା ଜଣକ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ୨୭ ମାସର ଗର୍ଭବତୀ ଥିଲୋ। ମହିଳାଙ୍କୁ ଗର୍ଭରେ ଥିବା ଶିଶୁକୁ ବଞ୍ଚାଇବା ପାଇଁ ଡାକ୍ତର ତାଙ୍କୁ ଜୀବିତ ରଖିଥିଲେ। ମହିଳା ଜୀବିତ ରଖିବା ପାଇଁ ଡାକ୍ତର ତାଙ୍କୁ ଆର୍ଟିଫିସିଆଲ୍ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖିଥିଲେ। ଡାକ୍ତର ମହିଳାଙ୍କୁ ସବୁଦିନ ଚେକ୍ କରିଥିଲେ । ଏହା ସହ ପେଟରେ ଶିଶୁର ସ୍ୱାସ୍ଥ୍ୟବସ୍ଥା କଥା ଯାଞ୍ଚ କରାଯାଇଥିଲା।ଶିଶୁଟିକୁ ୩୪ ସପ୍ତାହର ପରେ ଡାକ୍ତାର ସିଜେରିୟନ ଅପେରସନ ମାଧ୍ୟମରେ ଡେଲିଭରି କରାଇଥିଲେ। ପରିବାର ଲୋକଙ୍କ ସହ ମତି କ୍ରମେ ମହିଳାଙ୍କ ଆଟିଫ୍ସିଆଲ୍ ଲାଇଫ ସିଷ୍ଟମରେ କଢ଼ଯିବା ପରେ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

   ସମ୍ବନ୍ଧିତ ଖବର


ଆପଲ ଆପ୍‌ ଷ୍ଟୋରରୁ‌ ହଟିଲା ‘ଗୁଗୁଲ ପେ’

ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ