PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ପ୍ରଥମେ ଚଳାଇଲେ ଗୁଳି, ପରେ ବରକୁ ପିନ୍ଧାଇଲେ ବରଣମାଳା, ଭାଇରାଲ୍ ହେଉଛି ଭିଡିଓ

ପ୍ରତାପଗଡ଼, ୦୧/୦୬ : ୟୁପିର ଦବଙ୍ଗ ଦୁହ୍ଲନ। ଦବଙ୍ଗ ଷ୍ଟାଇଲରେ ପ୍ରଥମେ ଗୁଳି ଫୁଟାଇଲେ ଏହାପରେ ବରଙ୍କୁ ବରଣମାଳା ପିନ୍ଧାଇଲେ। ଲାଲ ଲେହେଙ୍ଗାରେ ସଜେଇ ହୋଇଥିବା ଏହି ଦୁହ୍ଲନଙ୍କ ଏବେ ଭିଡିଓ ଭାଇରାଲ୍ ହେବାକୁ ଲାଗିଛି।

ପ୍ରତାପଗଡ଼ର ଜେଠାୱର ଥାନା ଠାରୁ ପ୍ରାୟ ତିନି କି.ମି ଦୂରରେ ଥିବା ଏକ ଗ୍ରାମରେ ରବିବାର ରାତିରେ ଏକ ବିବାହ କାର୍ଯ୍ୟକ୍ରମ ହୋଇଥିଲା। ବର ବଧୂଙ୍କ ପାଇଁ ଆକର୍ଷଣୀୟ ଷ୍ଟେଜ୍ ମଧ୍ୟ ସଜା ଯାଇଥିଲା। ରାତି ପ୍ରାୟ ୧୧ଟାରେ କନ୍ୟା ଜୟମାଳା ପାଇଁ ଆସିଲେ। ଏହି ସମୟରେ ଅନ୍ୟ ମହିଳାମାନେ ମଙ୍ଗଳଗୀତ ଗାଉଥିଲେ। କନ୍ୟା ଧୀରେ ଧୀରେ ଷ୍ଟେଜ ଉପରକୁ ଚଢିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ହାତରେ ଏକ ବନ୍ଧୁକ ଧରଇଦେଲେ। ଏହାପରେ କନ୍ୟା ଜଣଙ୍କ ପ୍ରଥମେ ଶୂନ୍ୟରେ ଗୁଳି ଫୁଟାଇଲେ ଓ ବରଙ୍କୁ ବରଣମାଳା ପିନ୍ଧାଇଲେ। ଏହାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ତେବେ ଏନେଇ ଏସଓ ଜେଠାୱାରା ସଞ୍ଜୟ ପାଣ୍ଡେ ସୂଚନା ଦେବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏଭଳି ହୋଇଥିବ ତେବେ ଲାଇସେନ୍ସ ରଦ୍ଦ କରିବାକୁ କାର୍ଯ୍ୟାନୁଷ୍ଠାନ ନିଆଯିବ।